ଓଡ଼ିଶାଲାଇଭ୍ ବ୍ୟୁରୋ
ଚିଲିକା ନିକଟସ୍ଥ ବାଣପୁର ଥାନା ନଈରୀ ବଡ଼ସାହିର ଏକ ଭଡ଼ାଘରୁ ନବଦମ୍ପତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ୫ ମାସ ପୂର୍ବରୁ ପ୍ରେମ ବିବାହ କରିଥିବା ଏହି ଦମ୍ପତିଙ୍କ ମୃତ୍ୟର କାରଣ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ହେଲେ ନଈରୀ ଗାଁର ସନା ସାହୁ ଓ ତାଙ୍କ ସ୍ତ୍ରୀ ଶିବାନୀ ସାହୁ।
ଗ୍ରାମବାସୀଙ୍କ କହିବା ଅନୁସାରେ ୫ ମାସ ପୂର୍ବରୁ ଉଭୟ ପ୍ରେମ ବିବାହ କରିଥିଲେ। ଗତକାଲି ରାତିରେ ଉଭୟଙ୍କ ଭିତରେ କୌଣସି କାରଣ ଯୋଗୁଁ ପାଟିତୁଣ୍ଡ ହୋଇଥିଲା। ଏଥିପାଇଁ ଦୁହେଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।


















