ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ନିଆର ଢଙ୍ଗରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଯାତ୍ରା ପାଳନ କଲେ ଭକ୍ତ। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ନଈରୀ ଗ୍ରାମ ନିକଟ ଚିଲିକା ମଧ୍ୟରେ କାଙ୍କଣ କୂଦର କାଙ୍କଣ ଶିଖରୀ ମନ୍ଦିରରେ ରଥଯାତ୍ରା ପାଳନ ହୋଇଛି। ମହାପ୍ରଭୁଙ୍କୁ ରଥ ବଦଳରେ ଡଙ୍କାରେ ୭ ଥର ପରିକ୍ରମା କରାଯାଇଛି।

ଏଠାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ପ୍ରତ୍ୟେକବର୍ଷ ଏକ ନିଆରା ଢଙ୍ଗରେ ରଥଯାତ୍ରା ପାଳନ କରାଯାଇଥାଏ। ଏବର୍ଷ ମହାମାରୀ କରୋନାକୁ ଦୃଷ୍ଟିରେରଖି ସବୁଆଡେ ରଥଯାତ୍ରା କେବଳ ନୀତିକାନ୍ତିରେ କରାଯାଉଥିବା ବେଳେ ଏଠାରେ ଦେଖିବାକୁ ମିଳିଛି ଏକ ନିଆରା ଢଙ୍ଗରେ ରଥଯାତ୍ରା।

ସାମାଜିକ ଦୂରତା ପାଳନକରି ନନ୍ଦିଘୋଷ ରଥ ନାମରେ ଏକ ନୌକାକରି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ କାଙ୍କଣ କୂଦର ଚତୁଃପାଶ୍ୱର୍ରେ ନୀଳଜଳ ରାଶିରେ ୭ଥର ପରିକ୍ରମା କରି ମନ୍ଦିରରେ ପ୍ରବେଶ କରାଇଥିଲେ।

Comment