ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ରବିବାର ଖୋର୍ଦ୍ଧା ଜିଲ୍ଲାରୁ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାସହ ଚିଲିକା ଓ ବେଗୁନିଆ ବ୍ଲକରେ ପ୍ରଥମ ଥର ପାଇଁ ପାଦ ଥାପିଛି କରୋନା। ଏଥିପାଇଁ ଜିଲ୍ଲାପାଳ କ୍ଷମତା ବ୍ୟବହାର କରି ବେଗୁନିଆ ହଜ୍‌ ପଞ୍ଚାୟତ ସରପଞ୍ଚ ୭୨ ଘଣ୍ଟା ପାଇଁ ନିଜ ପଞ୍ଚାୟତକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ଚିଲିକା ବ୍ଲକର ରହିଛନ୍ତି। ସେମାନେ ହେଲେ ହାଟବରଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗାଇନଡା ଏବଂ ସିଙ୍ଗେଶ୍ଵର ପଞ୍ଚାୟତ ଅନ୍ତର୍ଗତ ଘିଅଖୋଲା ଗ୍ରାମର ବୋଲି ଜଣାପଡିଛି। ଉଭୟ ଆକ୍ରାନ୍ତ ସୁରତ ଫେରନ୍ତା ଏବଂ ସେମାନେ କ୍ଵାରେଣ୍ଟାଇନ୍‌ରେ ରହିଥିଲେ।

ସେହିପରି ଆଉ ଜଣେ ଆକ୍ରାନ୍ତ ବେଗୁନିଆ ବ୍ଲକ୍ ହଜ ପଞ୍ଚାୟତ କାଳଚୁଆ ପାଟଣା ଗ୍ରାମର। ସେ ଗତ ଫେବୃଆରି ମାସ ୨୫ ତାରିଖରେ ତାମିଲନାଡୁରୁ ନିଜ ଗାଁକୁ ଆସିଥିଲେ। କିନ୍ତୁ ଏବେ ତାଙ୍କର ପଜିଟିଭ୍‌ ବାହାରିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ କ୍ଷମତା ପାଇଥିବା ହଜ ସରପଞ୍ଚ ନିଜ ପଞ୍ଚାୟତକୁ ୭୨ଘଣ୍ଟା ପାଇଁ ସଟ୍ ଡାଉନ କରି କଣ୍ଟାକ୍ଟ ଟ୍ରେସିଙ୍ଗି ଜାରି ରଖିଛନ୍ତି।

Comment