ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ବଲପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ବିହାରୀ ଓରଫ ଅମିତ ସାହୁକୁ ଗିରଫ କରିଛି ସମ୍ବଲପୁର ପୋଲିସ।

ଶୁକ୍ରବାର ଅମିତ ଜଣଙ୍କୁ ଅପହରଣ କରି ୬୦ ଲକ୍ଷ ଟଙ୍କା ଦାବି କରୁଥିଲା। ତେବେ ଏ ସମ୍ପର୍କରେ ଖବର ପାଇ ସମ୍ବଲପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସକୁ ଦେଖି ଅମିତ ପ୍ରଥମେ ଗୁଳି ଚଳାଇଥିଲା। ଅପହୃତାଙ୍କୁ ବଞ୍ଚାଇବାକୁ ଯାଇ ପୋଲିସ ପାଲଟା ଗୁଳିଚାଳନା କରିଥିଲା। ଏହାପରେ ପୋଲି ବ୍ୟକ୍ତି ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ଅପରାଧୀ ଅମିତକୁ ଗିରଫ କରିଛି।

ଅପରାଧୀ ଅମିତ ନାଁରେ ୯ରୁ ଅଧିକ ଅପରାଧିକ ମାମଲା ରୁଜୁ ଥିଲା। ପୋଲିସ ଅମିତକୁ ଗିରଫ କରିଥିବା ବେଳେ ତା’ ପାଖରୁ ଗୋଟିଏ ପିସ୍ତଲ ଏବଂ ଗୁଳି ଜବତ କରିଥିଲା। ଏନେଇ ସମ୍ବଲପୁର ଏସ୍‌ପି କେ ବି ସିଂହ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here