ଓଡ଼ିଶାଲାଇଭ୍ ବ୍ୟୁରୋ

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିପାରନ୍ତି ଭାରତୀୟ ସ୍ପିନର ହରଭଜନ ସିଂହ। ଇଂଲଣ୍ଡରେ ହେବାକୁ ଥିବା ‘ଦ ହଣ୍ଡ୍ରେଡ ଲିଗ’ରେ ଅଂଶଗ୍ରହଣ କରିବା ପାଇଁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା କଥା ଚର୍ଚ୍ଚା ହେଉଛି।

ଆସନ୍ତାବର୍ଷ ଜୁଲାଇ ମାସରେ ଏହି ହଣ୍ଡ୍ରେଡ୍ ଲିଗ୍ ଖେଳାଯିବ। ଏଥିପାଇଁ ୨୫ଜଣ ବିଦେଶୀ ଖେଳାଳିଙ୍କ ତାଲିକା ଘୋଷଣା କରାଯାଇଛି। ଯେଉଁଥିରେ ହରଭଜନ ସିଂହଙ୍କ ନାଁ ସ୍ଥାନ ପାଇଛି। ହଣ୍ଡ୍ରେଡ୍ ଲିଗର ଖେଳାଳି ନିଲାମ ପକ୍ରିୟା ଆସନ୍ତା ଅକ୍ଟୋବର ୨୦ରେ କରାଯିବ। ତେଣୁ ନିଲାମରେ ଯଦି କୌଣସି ଫ୍ରାଞ୍ଚାଇଜ୍ ହରଭଜନଙ୍କୁ ନିଜ ଦଳରେ ସାମିଲ କରନ୍ତି ତେବେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଛି।

ବିସିସିଆଇରେ ନିୟମ ରହିଛି ଯେ, ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିନଥିଲେ। ଜଣେ ଭାରତୀୟ ଖେଳାଳି କୌଣସି ପ୍ରକାର ବିଦେଶୀ କ୍ରିକେଟ ଲିଗ୍ ଖେଳିପାରିବେନି। ତେଣୁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା କଥା ଚର୍ଚ୍ଚା ହେଉଛି।

ପୂର୍ବରୁ ମଧ୍ୟ ଭାରତୀୟ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିସାରିବା ପରେ କାନାଡ଼ାରେ ହେଉଥିବା ଗ୍ଲୋବାଲ ଟି-୨୦ ଲିଗରେ ଭାଗନେଇଥିଲେ।

ହରଭଜନ ଭାରତ ପାଇଁ ୧୦୩ଟି ଟେଷ୍ଟମ୍ୟାଚ୍ ଖେଳି ୪୧୭ଟି ୱିକେଟ୍ ନେଇଛନ୍ତି। ସେହିପରି ସେ ଦିନିକିଆରେ ୨୩୬ଟି ମ୍ୟାଚରେ ୨୬୯ଟି ୱିକେଟ୍ ନେଇଛନ୍ତି।

Comment