ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ତିନିଦିନ ହେବା ସୀମାରେ ଉଡ଼ୁଛି ପାକିସ୍ତାନୀ ଡ୍ରୋନ। ବୁଧବାର ରାତିରେ ପଞ୍ଜାବର ଫିରୋଜପୁରର ହଜାରା, ତେନ୍ଦୀଓ୍ୱାଲା, ଓ ହୁସୈନଓ୍ୱାଲା ଗାଁରେ ଡ୍ରୋନ ଦେଖାଯାଇଥିଲା।

ହୁସେନୱାଲାରେ ସୁରକ୍ଷାବାହିନୀ ଡ୍ରୋନ୍‌ ଠାବ କରିଛନ୍ତି। ଏ ନେଇ ବିଏସ୍‌ଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଡ୍ରୋନ୍‌ ମିଳିବା ପରେ ତଦନ୍ତ ଆରମ୍ଭ ହୋଇଛି। ଏହା ପୂର୍ବରୁ ସୋମବାର ଓ ମଙ୍ଗଳବାର ଫିରୋଜପୁରରେ ପାକ୍‌ ଡ୍ରୋନ୍‌ ଉଡ଼ୁଥିବା ଦେଖିବାକୁ ମିଳିଥିଲା।

ପାକିସ୍ତାନର ଏଭଳି କାମ ଯୋଗୁଁ ଫିରୋଜପୁର ଓ ତା’ ଆଖପାଖ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ କରାଯାଇଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ବି ଜାରି ରହିଛି।

Comment