ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍। ଏହି ଗସ୍ତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ। ଏହି ଗସ୍ତ ସମୟରେ ଚୀନର ରାଷ୍ଟ୍ରପତି ଦକ୍ଷିଣ ଭାରତୀୟ ଖାଦ୍ୟ ହିଁ ଖାଇବେ ବୋଲି ସୂଚନା ମିଳିଛି।

ଏହାସହ ସେ ତାଙ୍କ ଗସ୍ତରେ ଦକ୍ଷିଣ ଭାରତୀୟ ସଂସ୍କୃତି ବିଷୟରେ ମଧ୍ୟ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ରାତ୍ରିଭୋଜନ ସମୟରେ ମଧ୍ୟ ସେ ଦକ୍ଷିଣ ଭାରତୀୟ ଖାଦ୍ୟ ଖାଇବେ।

ଜିନପିଙ୍ଗ୍‌ ରାତ୍ରିଭୋଜନରେ ସେ ଥକ୍କାଲି ରସମ, କଢ଼ଲାଇ କୁରୁମା, କବାନରସୀ ହାଲୱା, ଅରଚୁବିତା ସାମ୍ବର ଭଳି ଦକ୍ଷିଣ ଭାରତୀୟ ଖାଦ୍ୟ ଗ୍ରହଣ କରିବେ। ତା’ ସହ ବିଭିନ୍ନ ପ୍ରକାରର ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଖାଦ୍ୟ ତାଙ୍କ ରାତ୍ରିଭୋଜନରେ ରଖାଯାଇଛି।

LEAVE A REPLY

Please enter your comment!
Please enter your name here