ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇ ଦିନିଆ ଗସ୍ତରେ ଆସିଥିବା ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍‌ଙ୍କ ସହ ମୋଦୀ ଆଜି ୯୦ମିନିଟ୍‌ ପର୍ଯ୍ୟନ୍ତ ଆଲୋଚନା କରିଛନ୍ତି। ଏହି ସାକ୍ଷତକାରରେ ବାଣିଜ୍ୟ, ଆଇଟି, ଔଷଧ, ପର୍ଯ୍ୟଟନକୁ ଗୁରୁତ୍ୱ ଦିଆଯାଇଛି। ଏଥିସହ ଭାରତ ସହ ବ୍ୟବସାୟ ପାଇଁ ମନ ବଳାଇଛନ୍ତି ଜିନପିଙ୍ଗ୍‌। ଭାରତୀୟ ବ୍ୟବସାୟୀଙ୍କୁ ଚୀନରେ ନିବେଶ ପାଇଁ ଆହ୍ୱାନ ଦେଇଛନ୍ତି ଜିନ୍‌ପିଙ୍ଗ୍‌।

ସେହିପରି ମୋଦୀ ମଧ୍ୟ ଜିନପିଙ୍ଗଙ୍କୁ ଏକ ଖାସ ଉପହାର ମଧ୍ୟ ଦେଇଛନ୍ତି। ମୋଦୀ ଉପହାରରେ ଜିନପିଙ୍ଗଙ୍କୁ ଏକ ସ୍ପେଶାଲ ଚାଦର ଦେଇଛନ୍ତି। ଏହି ଚାଦରରେ ଜିନପିଙ୍ଗଙ୍କ ଛବି ରହିଛି। ଏହି ଚାଦରକୁ ହାତରେ ବୁଣିଛନ୍ତି ଚେନ୍ନାଇର ସୋବନ୍ଦବୀଗଇ ହ୍ୟାଣ୍ଡଲୁମ୍‌ ବିବର୍ସ କୋ-ଅପରେଟିଭ୍‌ ସୋସାଇଟି। ଏହା ଚେନ୍ନାଇର କପଡ଼ା ବଜାରରେ ବେଶ୍‌ ଲୋକପ୍ରିୟ।

Comment