ଓଡ଼ିଶାଲାଇଭ୍ ବ୍ୟୁରୋ

ଫୋର୍ବ୍ସ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଭାରତର ସବୁଠାରୁ ଧନୀ ତାଲିକାରେ ପୁଣିଥରେ ରିଲାଏନ୍ସ ଗ୍ରୁପର ମାଲିକ ମୁକେଶ ଅମ୍ବାନୀ ଆଗରେ। ଏହାସହ ସେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ହେବାର ଗୌରବ ଅର୍ଜନ କରିଛନ୍ତି।

ଫୋର୍ବ୍ସ ଇଣ୍ଡିଆ ପକ୍ଷରୁ ଦେଶର ୧୦୦ଜଣ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରାଯାଇଛି। ଲଗାତାର ବାର ଥର ମୁକେଶ ସବୁଠୁ ଧନୀ ତାଲିକାରେ ରହି ଆସିଛନ୍ତି। ତାଙ୍କ ପାଖରେ ବର୍ତ୍ତମାନ ୩.୬୪ ଲକ୍ଷ କୋଟି ଟଙ୍କା ଅଛି।

ଏହି ଲିଷ୍ଟର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଗୌତମ୍‌ ଅଦାନୀ। ତାଙ୍କ ପାଖରେ ମୋଟ୍ ୧.୧୧ଲକ୍ଷ କୋଟି ଟଙ୍କା ଅଛି।

ଏହାସହ ଏହି ଲିଷ୍ଟରେ ତୃତୀୟରେ ହିନ୍ଦୁଜା ବ୍ରଦର୍ସ, ଚତୁର୍ଥ ସ୍ଥାନରେ ପି ମିଷ୍ଟ୍ରି, ପଞ୍ଚମରେ ଉଦୟ କୋଟକ ସ୍ଥାନ ପାଇଛନ୍ତି। ସେହିପରି ଷଷ୍ଠ ସ୍ଥାନରେ ଶିବ ନାଡ଼ାର, ସପ୍ତମରେ ରାଧାକ୍ରିଷ୍ଣନ ଦମାନୀ, ଅଷ୍ଟମରେ ଗୋଦରେଜ୍ ଫ୍ୟାମିଲି, ନବମ ସ୍ଥାନରେ ଲକ୍ଷ୍ମୀ ମିତ୍ତଲଙ୍କ ସହ ଦଶମ ସ୍ଥାନରେ କୁମାର ମଙ୍ଗଳମ ବିରଲା ସ୍ଥାନ ପାଇଛନ୍ତି।

Comment