ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ଚା’ ପିଇବା ଅନେକଙ୍କର ଅଭ୍ୟାସ। କେତେକ ବ୍ୟକ୍ତି ଦିନର ଆରମ୍ଭ କରିଥାନ୍ତି ଗୋଟେ କପ୍ ଚା’ରୁ। କିନ୍ତୁ ଖାଲି ପେଟରେ ଚା’ ପିଇବା ଶରୀର ପାଇଁ କ୍ଷତିକାରକ। ବିଶେଷକରି ଖରାଦିନେ ବେଡ୍ ଟି ପିଇଲେ ଅଧିକ କ୍ଷତି ହୋଇଥାଏ…

ଗ୍ୟାସ ସମସ୍ୟା

ସକାଳେ ଖାଲି ପେଟରେ ଚା’ ପିଇଲେ ଶରୀର ଉପରେ ତାର କୁପ୍ରଭାବ ପଡ଼ିଥାଏ । ଗ୍ୟାସ୍ ସମସ୍ୟା ବୃଦ୍ଧି ହୋଇ ହଜମ ହୋଇନଥାଏ ।

ମୋଟାପଣ

ଚା’ ପିଇବା ଦ୍ୱାରା ଏଥିରେ ଥିବା ଶର୍କରା ମଧ୍ୟ ଶରୀର ମଧ୍ୟକୁ ଯାଇଥାଏ । ଯଦ୍ଵାରା ଓଜନ ବଢ଼ିଥାଏ ଏବଂ ମୋଟାପଣ ପରି ସମସ୍ୟା ଦେଖାଯାଏ ।

ଗଣ୍ଠିରେ କଷ୍ଟ

ଚା’ ସେବନ କରିବା ଦ୍ୱାରା ହାଡ଼ରେ କଷ୍ଟ ଅନୁଭବ ହେବା ସହିତ ଦାନ୍ତ ମଧ୍ୟ ହଳଦିଆ ପଡ଼ିଯାଏ ।

ଅବସାଦ

ଚା’ରେ ଅଧିକ ମାତ୍ରାରେ କାଫିନ୍ ଥାଏ। ଏହା ମସ୍ତିଷ୍କକୁ ଉତ୍ତେଜିତ କରିଥାଏ। ଖାଲି ପେଟରେ ଅଧିକ ଥର ଚା’ ପିଇଲେ ଅବସାଦ ପରି ସମସ୍ୟା ମୁଣ୍ଡ ଟେକେ।

ଅଲ୍ସର୍

କେତେକ ବ୍ୟକ୍ତି କଡ଼ା ଚା’ ପିଇବାକୁ ପସନ୍ଦ କରିଥାନ୍ତି। ସକାଳୁ ଖାଲି ପେଟରେ ଏପରି ଚା’ ପିଇବା ଦ୍ୱାରା ଧୀରେ ଧୀରେ ଅଲ୍ସର୍ ବା ପେଟରେ ଘା’ ହୋଇଥାଏ।

ହୃଦସ୍ପନ୍ଦନ

ଖାଲି ପେଟରେ ଚା’ ପିଇଲେ ହାର୍ଟ ବିଟ୍ ଜୋର୍ ହୋଇଥାଏ। ଯଦ୍ଵାରା ହୃଦରୋଗ ହେବାର ଆଶଙ୍କା ମଧ୍ୟ ଥାଏ।

Comment