ଓଡ଼ିଶାଲାଇଭ ବ୍ୟୁରୋ

ଜୁଇରୁ ଜିଇଁଲା ଶବ। ଜୁଇରେ ଶବ ରଖି ମୁଖାଗ୍ନୀ ଦେଲା ବେଳେ ଫେରିଲା ଚେତା।  ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ହରିପୁର ଗାଁରେ।

ହରିପୁର ଗାଁରେ ସୀମାଞ୍ଚଳ ନାମକ ଜଣେ ବ୍ୟକ୍ତି ଶନିବାର ଜଙ୍ଗଲକୁ ଛେଳି ଚରାଇବାକୁ ଯାଇ ଆଉ ଫେରିନଥିଲେ। ପରିବାର ଲୋକ ବହୁତ ଖୋଜାକୋଜି କରିଥିଲେ ମଧ୍ୟ ପାଇନଥିଲେ।  ପରେ ରବିବାର ତାଙ୍କୁ ଗାଁ ଲୋକ ଜଙ୍ଗଲରୁ ଉଦ୍ଧାର କରିଥିଲେ।

ଉଦ୍ଧାର ବେଳେ ତାଙ୍କ ନିଶ୍ଵାସ ପ୍ରଶ୍ଵାସ ଚାଲୁ ନଥିଲା। ତେଣୁ ତାଙ୍କୁ ପରିବାର ଲୋକ ମୃତ ଭାବି ଶ୍ମସାନ ନେଇଯାଇଥିଲେ। ସେଠାରେ ଶବଦାହ ବେଳେ ତାଙ୍କ ପାଟିରୁ ପବନ ବାହାରିଥିଲା। ପରିବାର ଲୋକ ଏହା ଜାଣି ତାଙ୍କୁ ସଙ୍ଗେ ସଙ୍ଗେ ସୋରଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। ବର୍ତ୍ତମାନ ତାଙ୍କ ସ୍ଵାସ୍ଥବସ୍ଥା ସଠିକ ଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here