ଓଡ଼ିଶାଲାଇଭ୍ ବ୍ୟୁରୋ

ରାଞ୍ଚିରେ ଚାଲିଥିବା ୫୯ତମ ଜାତୀୟ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ରେ ଓଡ଼ିଶାର ସ୍ପ୍ରିଣ୍ଟର ଦୂତି ଚାନ୍ଦ ସୂର୍ଣ୍ଣ ପଦକ ଜିତି ରେକର୍ଡ କରିଥିଲେ। ମହିଳା ୧୦୦ ମିଟର ଦୌଡ଼ରେ ସେ ନିଜ ରେକର୍ଡ ଭାଙ୍ଗି ସୂର୍ଣ୍ଣ ହାସଲ କରିଥିଲେ। ତେବେ ବର୍ତ୍ତମାନ ସେ ୨୦୦ ମିଟର ଫାଇନାଲରେ ପ୍ରବେଶ କରିଛନ୍ତି।
ଶନିବାର ୨୦୦ ମିଟରକୁ ଦୂତି ୨୩.୮୯ ସେକେଣ୍ଡରେ ଅତିକ୍ରମ କରି ଏହି ଯୋଗ୍ୟତା ହାସଲ କରିଛନ୍ତି। ତେବେ ଆଜି ଏହାର ଫାଇନାଲ ଅନୁଷ୍ଠିତ ହେବ। ତେବେ ଆଶା କରାଯାଉଛି ୧୦୦ ମିଟର ଭଳି ୨୦୦ ମିଟରରେ ମଧ୍ୟ ଦୂତି ସୂର୍ଣ୍ଣ ହାସଲ କରିବେ।
ଅନ୍ୟ ପକ୍ଷରେ ୧୦୦ ମିଟର ପୁରୁଷରେ ସୂର୍ଣ୍ଣ ଜିତିଥିବା ଅମିୟ ମଲ୍ଲିକ ପୁରୁଷ ୨୦୦ ମିଟରରେ ଭାଗ ନନେଇଥିବା ଜଣାପଡ଼ିଛି।
















