ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ନିକଟରେ ଓଲିଉଡରେ ପ୍ରବେଶ କରିଛନ୍ତି କେତେକ ନବାଗତା ନାୟିକା। ସେମାନଙ୍କ ମଧ୍ୟରୁ ସନମୀରା ଜଣେ ଜଣାଶୁଣା ଚେହେରା। ‘ସୁନା ଚଢ଼େଇ ମୋ ରୂପା ଚଢ଼େଇ’ ଫିଲ୍ମରୁ ଶିଶୁ କଳାକାର ଭାବେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ।

ଓଲିଉଡ ଅଭିନେତା ଅମ୍ଳାନ ଓ ବାବୁସାନଙ୍କ ନାୟିକା ସାଜି ସାରିଥିବା ସନମୀରା ଲଭ୍‌ ଏକ୍ସପ୍ରେସ ଫିଲ୍ମରେ ସ୍ୱରାଜଙ୍କ ନାୟିକା ସାଜିଥିଲେ। ଏହି ଫିଲ୍ମରେ ସନମୀରାଙ୍କୁ ବେଶ୍‌ ପସନ୍ଦ କରିଥିଲେ ଦର୍ଶକ।

ସେ ଅଭିନୟ କରିଥିବା ଫିଲ୍ମ ‘ସପନର ପଥେ ପଥେ’ ୨୦୧୭ରେ ରିଲିଜ ହୋଇଥିଲା। ଏହି ଫିଲ୍ମରୁ ହିଁ ତାଙ୍କୁ ଓଲିଉଡ ଅଭିନେତ୍ରୀର ପରିଚୟ ଦେଇଥିଲା।

ଏହାପରେ ‘ଲୋକାଲ ଟୋକା ଲଭ୍‌ ଚୋଖା’ ଏବଂ ‘ଲୈଲା ଓ ଲୈଲା’ ଫିଲ୍ମରେ ସେ ଅଭିନୟ କରିଥିଲେ। ତେବେ ସନମୀରାଙ୍କ ଘର ବାରିପଦାରେ ହୋଇଥିଲାବେଳେ ସେ ଏବେ ଭୁବନେଶ୍ୱରରେ ରହୁଛନ୍ତି।

ପାଠପଢ଼ା ସାଙ୍ଗକୁ ସେ ଅଭିନୟ ଜାରି ରଖିଛନ୍ତି। ସେ ଆଗକୁ ଜଣେ ଖ୍ୟାତନାମା ଅଭିନେତ୍ରୀ – ମଡେଲ ହେବାକୁ ଇଚ୍ଛା ରଖିଛନ୍ତି।

LEAVE A REPLY

Please enter your comment!
Please enter your name here