ଓଡ଼ିଶାଲାଇଭ୍ ବ୍ୟୁରୋ

ବିସିସିଆଇର ନୂଆ ସଭାପତି ହେବେ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲୀ। ଏହାସହ ବିସିସିଆଇ ସମ୍ପାଦକ ପଦ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହଙ୍କ ନାଁ ସ୍ଥିର ହୋଇଛି।

ସୌରଭଙ୍କୁ ସଭାପତି ପଛରେ ବିସିସିଆଇର ପୂର୍ବତନ ସଭାପତି ଏନ୍.ଶ୍ରୀନିବାସନ୍ ଓ ଅନୁରାଗ ଠାକୁରଙ୍କ ସମର୍ଥନ ରହିଛି। ଏହାସହ ସଭାପତି ପଦ ପାଇଁ ଆଶାୟୀ ଥିବା ବ୍ରିଜେଶ ପଟେଲଙ୍କୁ ଆଇପିଏଲ ଚେୟାରମ୍ୟାନ୍ ପଦ ଦେବାକୁ ସ୍ଥିର କରାଯାଇଛି।

ଏହାବାଦ୍ ପୂର୍ବତନ ବିସିସିଆଇ ସଭାପତି ଅନୁରାଗ ଠାକୁରଙ୍କ ସାନଭାଇ ଅରୁଣ ଧୁମଲଙ୍କୁ ବିସିସିଆଇର କୋଷାଧ୍ୟକ୍ଷ ପଦ ମିଳିବ ବୋଲି ସୂଚନା ମିଳିଛି।

ଏନେଇ ବିସିସିଆଇର ସମସ୍ତ କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ସରିଛି। ଖୁବଶୀଘ୍ର ବିଧିବଦ୍ଧ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।

Comment