ଓଡ଼ିଶାଲାଇଭ ବ୍ୟୁରୋ

ଏଣିକି ଝିଅମାନେ ବି ପଢ଼ିପାରିବେ ସୈନିକ ସ୍କୁଲରେ। ମିଜୋରାମ ସୈନିକ ସ୍କୁଲରେ ପୁଅମାନଙ୍କ ସହ ଝିଅମାନଙ୍କୁ ପଢ଼ାଇବାର ପାଇଲଟ ପ୍ରୋଜେକ୍ଟ ସଫଳ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର।

ସୈନିକ ସ୍କୁଲରେ ଝିଅମାନଙ୍କ ନାମଲେଖା ପାଇଁ ଅନୁମତି ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ୨୦୨୧-୨୨ ଶିକ୍ଷା ବର୍ଷଠାରୁ ଝିଅମାନେ ନାମଲେଖାଇ ପାରିବେ। ଦେଶରେ ଥିବା ସମସ୍ତ ୨୬ଟି ସୈନିକ ସ୍କୁଲରେ ଏହି ନିୟମ ଲାଗୁ ହେବ।

୧୯୬୧ ମସିହାରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ଵାରା ସୈନିକ ସ୍କୁଲ ନିର୍ମାଣ କରାଯାଇଥିଲା। ଏଥିରେ ଷଷ୍ଠରୁ ଦ୍ଵାଦଶ ପର୍ଯ୍ୟନ୍ତ ଶ୍ରେଣୀ ରହିଛି। ଏଥିରେ କେବଳ ପୁଅମାନେ ପାଠ ପଢୁଥିଲେ। ହେଲେ ଗତ ୩ ବର୍ଷ ହେବ ଝିଅମାନେ ପଢିବାକୁ ନେଇ ଦାବି ହୋଇ ଆସୁଥିଲା।

Comment