ଓଡ଼ିଶାଲାଇଭ୍‌ ବ୍ୟୁରୋ

ହସ୍ପିଟାଲ୍‌ରୁ ଫେରିଲେ ବିଗ୍‌ ବି ଅମିତାଭ୍‌ ବଚ୍ଚନ। ଅସୁସ୍ଥତା କାରଣରୁ ୩ ଦିନ ହେବ ବିଗ୍‌ ବି ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାରୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ପୁଅ ଅଭିଷେକ ଏବଂ ପତ୍ନୀ ଜୟାଙ୍କ ସହ ବିଗ୍‌ ବି ହସ୍ପିଟାଲରୁ ଫେରିଛନ୍ତି।

ରିପୋର୍ଟ ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ବିଗ୍‌ ବି ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲର ଏକ ସ୍ପେଶାଲ୍‌ ରୁମ୍‌ରେ ତାଙ୍କୁ ରଖାଯାଇ ଚିକିତ୍ସା କରାଯାଉଥିଲା।

ଅମିତାଭ ବଚ୍ଚନ ବହୁଦିନ ଧରି ସିରୋସସ୍‌ ରୋଗରେ ପୀଡ଼ିତ ଅଛନ୍ତି। ୧୯୮୨ ମସିହାରେ ଫିଲ୍ମ ‘କୁଲି’ର ସୁଟିଂସମୟରେ ବିଗ୍‌ ବି ଆହତ ହୋଇ ମେଡିକାଲରେ ପଡ଼ିଥିଲେ। ସେତେବେଳେ ଭୁଲ୍‌ରେ ହେପାଟାଇଟସ୍‌ ରୋଗ ଥିବା ଜଣେ ବ୍ୟକ୍ତି ଅମିତାଭଙ୍କୁ ରକ୍ତଦାନ କରିଥିଲେ। ସେବେଠୁ ସେ ସିରୋସସ୍‌ ରୋଗରେ ପୀଡ଼ିତ ଅଛନ୍ତି। ଯାହା ଫଳରେ ତାଙ୍କର ୭୫ ପ୍ରତିଶତ ଲିଭର ଖରାପ ହୋଇଯାଇଛି। ବର୍ତ୍ତମାନ ସେ ମାତ୍ର ୨୫ ପ୍ରତିଶତ ଲିଭରରେ ବଞ୍ଚିଥିବା ନିକଟରେ ‘କୌନ ବନେଗା କରୋଡପତି’ ସୋ’ରେ ପ୍ରକାଶ କରିଥିଲେ।

Comment