ଓଡ଼ିଶାଲାଇଭ ବ୍ୟୁରୋ

ଲାଞ୍ଚ ମାଗି ଫସିଲେ ବଲାଙ୍ଗିର ଜିଲ୍ଲା ଶ୍ରମ ବିଭାଗର ଜଣେ କିରାଣୀ। ତାଙ୍କ ନାଁ ବଲ୍ଲଭ ନାଗ୍‌। ଜଣେ ଲୋକଠାରୁ ଶ୍ରମିକ ଚାଲାଣ ଲାଇସେନ୍ସ କରାଇଦେବା ପାଇଁ ଏକ ହଜାର ଟଙ୍କା ମାଗିବାର ଭିଡିଓ ଭାଇରାଲ ହେବା ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ବଲାଙ୍ଗିର ଜିଲ୍ଲା ଶ୍ରମ ବିଭାଗର କିରାଣୀ ବଲ୍ଲଭ ନାଗ୍‌ ଜଣେ ବ୍ୟକ୍ତିଙ୍କୁ ଶ୍ରମିକ ଚାଲାଣ ଲାଇସେନ୍ସ ଦେବାକୁ ଖୁଲମଖୁଲା ଲାଞ୍ଚ ମାଗିଥିଲେ। ଲାଇସେନ୍ସ ପାଇଁ ସେ ଏକ ହାଜର ଟଙ୍କା ବ୍ୟକ୍ତିଙ୍କୁ ମାଗିଥିଲେ। ଏହାର ଭିଡିଓ ଭାଇରାଲ ହୋଇଥିଲା। ପରେ ଦୁର୍ନୀତି ଅଭିଯୋଗରେ ତାଙ୍କୁ ନିଲମ୍ଵନ କରାଯାଇଛି।

ସେହିପରି ସେହି ଶ୍ରମ ବିଭାଗରେ ଶ୍ରମ କମିସନର ମଧ୍ୟ ଲାଞ୍ଚ ମାଗିବାର ଭିଡିଓ ଭାଇରାଲ ହୋଇଛି। ତାଙ୍କ ବିରୋଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comment