ଓଡ଼ିଶାଲାଇଭ ବ୍ୟୁରୋ

ଏଥର ଆଇପିଏଲରେ ମୁମ୍ଵାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳି ପାରନ୍ତି  ଓଡ଼ିଶାର ପପୁ ରାୟ। ପପୁଙ୍କୁ ୪ଥର ଆଇପିଏଲ ବିଜେତା ମୁମ୍ଵାଇ ଇଣ୍ଡିଆନ୍ସ ଟ୍ରାଏଲ ପାଇଁ ଡାକିଛି। ସେ ଓଡ଼ିଶା ପକ୍ଷରୁ ରଣଜୀ ମ୍ୟାଚ ଖେଳିଛନ୍ତି। ଏହାସହ ସେ ବୋର୍ଡ ସଭାପତି ଏକାଦଶ ଓ ଇଣ୍ଡିଆ ସି’ ପକ୍ଷରୁ ଦେଓଧର ଟ୍ରଫି ଖେଳିଛନ୍ତି।

ଏହି ଟ୍ରାଏଲ ମ୍ୟାଚରେ ଯଦି ପପୁ ଭଲ ପ୍ରଦର୍ଶନ କରନ୍ତି ତେବେ ତାଙ୍କୁ ୨୦୨୦ ଆଇପିଏଲରେ ମୁମ୍ଵାଇ ଦଳରେ ଦେଖିବାକୁ ମିଳିବ। ଏହି ଟ୍ରାଏଲ ମ୍ୟାଚ ଅକ୍ଟୋବର ୨୨ ତାରିଖରେ ଅନୁଷ୍ଠିତ ହେବ।

ପପୁଙ୍କ ଜନ୍ମ ବିହାରରେ। ହେଲେ ପରବର୍ତ୍ତୀ ଅବସ୍ଥାରେ ସେ ବାପା ମା’ଙ୍କ ସହ ପଶ୍ଚିମବଙ୍ଗ ଚାଲିଆସିଥିଲେ। ବାପା ମାଙ୍କ ଦେହାନ୍ତ ପରେ ପପୁ ବେଙ୍ଗଲେ କ୍ରିକେଟ ଖେଳିଥିଲେ।ପରେ ସେ ଓଡ଼ିଶା ଆସି ରଣଜୀ ଦଳରେ ସାମିଲ ହୋଇଥିଲେ।

Comment