ଓଡ଼ିଶାଲାଇଭ ବ୍ୟୁରୋ

ଉତ୍ତର-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଦୁଇଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଦୁଇ ଦିନ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନ ରହିଛି।

ରବିବାର କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, କୋରାପୁଟ, ମାଲକାନଗିରି, ରାୟଗଡ଼ା, ମୟୂରଭଞ୍ଜ ଓ କେନ୍ଦୁଝରରେ ସାମାନ୍ୟ ଧରଣର ବର୍ଷା ହେବ। ସେହିପରି ସୋମବାର ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ସମ୍ଵଲପୁର, ଢେଙ୍କାନାଳ, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ବାବନା ରହିଛି ପାଣିପାଗ ବିଭାଗ ସୂଚନା ଦେଇଛି।

ଏହାକୁ ନଜରରେ ରଖି ଏହି ସବୁ ଜିଲ୍ଲାରେ ଓ୍ଵେଲୋ ଓ୍ଵାର୍ଣ୍ଣି ଜାରି କରାଯାଇଛି। କିନ୍ତୁ ୪ଦିନ ପରେ ଓଡ଼ିଶା ଆକାଶରେ ବାଦଲ କମ୍‌ ଦେଖାଯିବ। ବର୍ଷା ସମ୍ଭାବନା ମଧ୍ୟ କମ୍‌ ରହିବ।

Comment