ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନ ଯେତିକି ଗଡୁଛି ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାରେ ସେତିକି ଟୁଇଷ୍ଟ ଆସୁଛି। ସ୍ମିତାରାଣୀଙ୍କ ମୃତ୍ୟୁ ଦିନକୁ ଦିନ ବିଦୀୟ ହୋଇ ଯାଉଛି। ରୂପେଶ ଭଦ୍ରଙ୍କୁ ଗତକାଲି ପୋଲିସ ଗିରଫ କରିଥିବା ବେଳେ ସ୍ୱାମୀଙ୍କ ପାଇଁ ମୁହଁ ଖୋଲିଛନ୍ତି ସ୍ତ୍ରୀ ମଧୁସ୍ମିତା। ସେ ସ୍ମିତାରାଣୀଙ୍କ ଉପରେ ପାଲଟା ଆଙ୍ଗୁଠି ଉଠାଇଛନ୍ତି।

‘‘ସ୍ମିତାରାଣୀ ମୋ’ ସ୍ୱାମୀଙ୍କ ଉପରେ ନଜର ପକାଇଥିଲା। ମୋ’ ସିନ୍ଦୂର ଛଡ଼ାଇ ନେବାକୁ ଚାହୁଁଥିଲା। ମୋ’ ସ୍ୱାମୀଙ୍କୁ ଫସାଇବାକୁ ଷଡ଼ଯନ୍ତ୍ର କରିଥିଲା। ହେଲେ ବିଫଳ ହେବାରୁ ସେ ଆତ୍ମହତ୍ୟା କରିଛନ୍ତି। ମୋ’ ସ୍ୱାମୀ ଚରିତ୍ରବାନ ଏବଂ ଭଲ ମଣିଷ। ସେ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି’’, ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ମଧୁସ୍ମିତା।

ସେ ଆହୁରି କହିଛନ୍ତି ଯେ ସ୍ମିତାରାଣୀଙ୍କ ପରିବାର ସହ ଆମ ପରିବାରର ଭଲ ସମ୍ପର୍କ ଥିଲା। ଶାଶୂଘର ସହ ସ୍ମିତାରାଣୀଙ୍କର ଭଲ ସମ୍ପର୍କ ନଥିଲା। ଆମେ ତାକୁ ସବୁବେଳେ ସାହାଯ୍ୟ କରୁଥିଲୁ। ମୋ’ ସ୍ୱାମୀଙ୍କ ଧନ ସମ୍ପତ୍ତି ଉପରେ ଲୋଭ କରି ସେ ତାଙ୍କୁ ଫସେଇବାକୁ ଚାହୁଁଥିଲା।

ଗତ ବୁଧବାର ଦିନ ହରିଦାସପୁର ପଞ୍ଚାୟତରେ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଉଥିଲା। ଭତ୍ତା ବାଣ୍ଟି ସାରିବା ପରେ ପିଇଓ ସ୍ମିତାରାଣୀ ଫ୍ରେସ୍‌ ହେବାକୁ ଚାହିଁଥିଲେ। ସ୍ମିତାରାଣୀ ସେହି ଗାଁରେ ଥିବା ସରପଞ୍ଚଙ୍କ ଗେଷ୍ଟହାଉସ୍‌କୁ ଫ୍ରେ ସ୍‌ ହେବା ପାଇଁ ଯାଇଥିଲେ। ହେଲେ ସ୍ମିତାରାଣୀଙ୍କ ଫେରିବା ବିଳମ୍ବ ହେବାରୁ ସରପଞ୍ଚଙ୍କ ସ୍ୱାମୀ ଏବଂ ଆଉ କିଛି ଲୋକ ଖୋଜିବାକୁ ଯାଇଥିଲେ। ହେଲେ ବାଥ୍‌ରୁମରୁ ସ୍ମିତାରାଣୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା।

ଏହି ଘଟଣାକୁ ନେଇ ପୂରା ପଞ୍ଚାୟତ ଉଠିଥିଲା ପଡ଼ିଥିଲା। ପୋଲିସ ଆସି ଶବ ଜବତ କରି ତଦନ୍ତ ଚଳାଇଥିଲା। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଆଜି ଯାଜପୁର ଏସ୍‌ପି ଚରଣ ସିଂହ ମୀନା ସ୍ମିତାରାଣୀ ଆତ୍ମହତ୍ୟା କରିଥିବା ମନ୍ତବ୍ୟ ଦେଇଛନ୍ତି। ଏହା ପଛରେ ରୂପେଶର ହାତ ଥିବା ସନ୍ଦେହରେ ତାଙ୍କୁ ଗିରଫ କରାଯାଇଛି।

ଏପଟେ ପିଇଓ ସ୍ମିତାରାଣୀଙ୍କ ସ୍ୱାମୀ ପାଲଟା ଅଭିଯୋଗ ଆଣିଛନ୍ତି। ସ୍ମିତା ଆତ୍ମହତ୍ୟା ନୁହେଁ, ତାଙ୍କୁ ହତ୍ୟା କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି। ଦିନ ପରେ ଦିନ ଗଡୁଛି ପଉେ ସ୍ବିତାରାଣୀଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରୁନି।

ଏହାକୁ ନେଇ ରାଜନୀତି ଜୋର୍‌ ଧରିଛି। ବିଜେପି ଆସନ୍ତାକାଲି ଯାଜପୁର ବନ୍ଦ ଡାକରା ଦେଇଛି। ସ୍ମିତାରାଣୀଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବା ସହ ଏହା ପଛରେ ଆଉ କେଉଁମାନଙ୍କର ହାତ ଅଛି ତାର ଖୁଲାସା କରିବାକୁ ବିଜେପି ଦାବି କରିଛି।

Comment