ଓଡ଼ିଶାଲାଇଭ ବ୍ୟୁରୋ

 ଟି-୨୦ ହେଉ କିମ୍ଵା ଟେଷ୍ଟ ମ୍ୟାଚ ଧିର ସ୍ଵଭାବର ଖେଳ ତାଙ୍କୁ ପସନ୍ଦ ନୁହେଁ। ବ୍ୟାଟିଂ କଲା ବେଳେ ବିସ୍ଫୋରକ ଛକା, ଚୌକା ମାରି ଦଳକୁ ବିଜୟ କରାଇଥାନ୍ତି। ସେ ହେଉଛନ୍ତି ଭାରତର ପୂର୍ବତନ ଷ୍ଟାର ଓପନର ବିରେନ୍ଦ୍ର ସେହଓ୍ଵାଗ। ଏହି ଷ୍ଟାର ଖେଳାଳି ଆଜି ୪୦ ବର୍ଷରେ ପାଦ ଥାପିଛନ୍ତି। ତାଙ୍କୁ ତାଙ୍କ ଜନ୍ମଦିନରେ ଅନେକ କ୍ରିକେଟର ଶୁଭେଚ୍ଛା ଜଣାଇଛନ୍ତି।

ଅକ୍ଟୋବର ୨୦ ତାରିଖ ଆଜିର ଦିନରେ ଦିଲ୍ଲୀରେ ଜନ୍ମ କରିଥିଲେ ସେହଓ୍ଵାଗ। କ୍ରିକେଟ ଖେଳିବାକୁ ଅନେକ ସଂଘର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟରେ ଅନେକ ରେକର୍ଡ ଅର୍ଜନ କରିଛନ୍ତି। କେବଳ କ୍ରିକେଟ ନୁହେଁ ଅବସର ପରେ ସେସିଆଲ ମିଡିଆରେ ମଜାଦାର ପୋଷ୍ଟ ଯୋଗୁଁ ମଧ୍ୟ ସେ ବେଶ ଲୋକ ପ୍ରିୟ।

ସେହଓ୍ଵାଗ ତାଙ୍କ କ୍ୟାରିୟର ଏକ ଫାର୍ମାସିଷ୍ଟ ଭାବେ ଆରମ୍ଭ କରିଥିଲେ। ୧୯୯୦ରେ କ୍ରିକେଟ ଖେଳୁଥିବା ବେଳେ ତାଙ୍କର ଏକ ଦାନ୍ତ ଭାଙ୍ଗି ଯାଇଥିଲା। ସେବେଠାରୁ ତାଙ୍କ ବାପା ତାଙ୍କୁ କ୍ରିକେଟ ଖେଳିବାକୁ ଦେଇନଥିଲେ। ପରେ ସେ ବାପାଙ୍କୁ ରାଜି କରାଇ ପୁଣି କ୍ରିକେଟ ଖେଳିଥିଲେ।

ସେବେଠାରୁ ସେ କେବେ ଫଛକୁ ଫେରିନାହାନ୍ତି। ଆକର୍ଷଣୀୟ ଛକା ଚୌକାରେ ସେ ଦର୍ଶକଙ୍କ ମନ ପସନ୍ଦର ଖେଳାଳି ହୋଇ ପାରିଛନ୍ତି। ଖେଳରେ ଅଧିକ ଅପିଲ୍‌ କରିବା ଯୋଗୁଁ କ୍ୟାରିୟରର ପ୍ରଥମ ଦିନିକିଆ ମ୍ୟାଚରୁ ହିଁ ବାସନ୍ଦ ହେବାକୁ ପଡ଼ିଥିଲା। ସେହଓ୍ଵାଗ ଭାରତର ପ୍ରଥମ ଟି-୨୦ କ୍ୟାପଟେନ ମଧ୍ୟ ଥିଲେ।

୨୦୧୧ ବିଶ୍ଵକପର ପ୍ରଥମ ୫ ମ୍ୟାଚର ଆରମ୍ଭରୁ ଚୌକା ମାରି ବେଶ ଚର୍ଚ୍ଚିତ ହୋଇଥିଲେ ସେହଓ୍ଵାଗ। ଆଇପିଏଲରେ ମଧ୍ୟ ପଞ୍ଜାବ ପକ୍ଷରୁ ଖେଳି ସେ ଚମତ୍କାର ବ୍ୟାଟିଂ କରିଥିଲେ। ତାଙ୍କ ବ୍ୟାଟିଂ ଷ୍ଟାଇଲ ଓ ଛକା ମାରିବା ଶୈଳୀ ବେଶ ଚମତ୍କରା।

ପାକିସ୍ତାନ ବିପକ୍ଷରେ ସେ ତାଙ୍କ ଦିନିକିଆ କ୍ରିକେଟରେ ଡେବ୍ୟୁ କରିଥିଲେ। ୨୫୧ ଦିନିକିଆ ମ୍ୟାଚ ଖେଳି ୮ ହଜାର ୨୭୩ ରନ କରିଛନ୍ତି। ଯେଉଁଥିରେ ୧୫ ଶତକ ଓ ୩୮ ଅର୍ଦ୍ଧଶତକ ରହିଛି। ସେହିପରି ଟେଷ୍ଟରେ ମଧ୍ୟ ୧୦୪ ମ୍ୟାଚ ଖେଳି ୮ ହଜାର ୫୮୬ ରନ୍‌ କରିଛନ୍ତି। ଯେଉଁଥିରେ ୨୩ ଶତକ ଓ ୩୨ ଅର୍ଦ୍ଧଶତକ ରହିଛି। ଏହାସହ ୨ଥର ଟେଷ୍ଟ କ୍ରିକେଟରେ ସେ ଦ୍ରୁତତମ ତ୍ରିଶତକ ହାସଲ କରିଛନ୍ତି। ୨୭୮ ବଲ୍‌ରେ ସେ ତ୍ରିଶତକ ହାସଲ କରିଥିଲେ।

Comment