ଓଡ଼ିଶାଲାଇଭ ବ୍ୟୁରୋ

ସମ୍ଵଲପୁର ବୁର୍ଲା ଭୀମସାର ମେଡିକାଲ ଡାକ୍ତରଙ୍କ ନାଁରେ ମାମଲା। ଭୀମସାର ମେଡିକାଲରେ ଜଣେ ଡାକ୍ତର ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଡ଼ ମାରିବା ଘଟଣା ଏବେ ନୂଆ ମୋଡ଼ ନେଇଛି। ମାଡ଼ ଖାଇଥିବା ଯୁବକ ଜଣଙ୍କର ବାପା ଠଣ ସୁନ୍ଦର ବେହେରା ଏନେଇ ପୋଲିସରେ ଏତଲା ଦେଇଛନ୍ତି। ଏତଲା ପରେ ଡାକ୍ତରଙ୍କ ନାଁରେ ଦଫା ୫୦୬,୩୨୩, ୩୪ ଆଇପିଏସରେ ମାମଲା ରୁଜୁ ହୋଇଛି।

ଭୀମସାରରେ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତର ମାଡ଼ ମାରିବା ସହ ଉଠ ବସ୍‌ କରାଇବାର ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ଡାକ୍ତର ଜଣଙ୍କ ତାଙ୍କୁ ମାଡ୍ ମାରିବା ସହ ଜବରଦସ୍ତି ଉଠବସ୍‌  ହେବାକୁ କହିଥିଲେ। ଏଥିରେ ଯୁବକ ଜଣକ ଲହୁଲୁହାଣ ହେବା ସହ ସାର୍ଟ ଚିରି ଯାଇଥିବାର ଦେଖାଯାଇଥିଲା।

ତେବେ ଘଟଣା ବେଳେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଉପସ୍ଥିତ ରହିଥିଲେ। ଯିଏ ଦୋଷୀ ତାକୁ ଆଇନ ଅନୁସାରେ ଦଣ୍ଡ ମିଳିବ। ଏନେଇ ସମୀକ୍ଷା କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିଆଇଜି ହିଂମାଶୁ ଲାଲ୍‌।

LEAVE A REPLY

Please enter your comment!
Please enter your name here