ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁରୁଖୁରୁରେ ଚାଲିଛି ବିଜେପୁର ଉପନିର୍ବାଚନ ପାଇଁ ମତଦାନ। ବର୍ତ୍ତମାନ ବିଜେଡି ପ୍ରାର୍ଥୀ ରୀତା ସାହୁ ମତଦାନ କରିଛନ୍ତି। ନିଜ ସମର୍ଥକଙ୍କ ସହ ଆସି ରୀତା ନିଜ ଭୋଟ ଦେଇଥିବା ଦେଖିବାକୁ ମିଳିଛି।

ଏଥର ବିଜେପୁର ମଇଦାନରେ ଅଛନ୍ତି ୫ ପ୍ରାର୍ଥୀ। ବିଜେଡିରୁ ରୀତା ସାହୁ, ବିଜେପିରୁ ସନତ ଗଡ଼ତିଆ ଏବଂ କଂଗ୍ରେସରୁ ଦିଲ୍ଲୀପ ପଣ୍ଡାଙ୍କ ସମେତ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି। ଏହି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ବିଜେପୁରବାସୀ। ତେବେ ବିଜେଡି ଏବଂ ବିଜେପି ପ୍ରାର୍ଥୀଙ୍କ ଭିତରେ କଡ଼ା ଟକ୍କର ହେଉଥିବା ପ୍ରଚାରରୁ ଜଣାପଡ଼ିଛି।

ଅନ୍ୟପକ୍ଷରେ ମତଦାନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଜେପୁରରେ ୩୩ ପ୍ଲାଟୁନ ପୋଲିସ ପୋର୍ସ ଏବଂ ୫ ପ୍ଲାଟୁନ ସିଆର୍‌ପିଏଫ୍‌ ଯବାନଙ୍କୁ ମୂତୟନ କରାଯାଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୫ଟାରେ ଶେଷ ହେବ।

LEAVE A REPLY

Please enter your comment!
Please enter your name here