ଓଡ଼ିଶାଲାଇଭ ବ୍ୟୁରୋ

ଡାକ୍ତରଙ୍କ ଅବହେଳାରୁ ଶିଶୁପୁତ୍ର ମୃତ୍ୟୁ ଅଭିଯୋଗ। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ। ଶିଶୁ ମୃତ୍ୟୁ ପରେ ବର୍ତ୍ତମାନ ଜିଲ୍ଲା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ଲାଗି ରହିଛି।

ଗତ ୧୯ ତାରିଖରେ ଯାଜପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଗୋଟେ ଶିଶୁପୁତ୍ର ଜନ୍ମ ହୋଇଥିଲା। ତେବେ ରବିବାର ରାତିରେ ଶିଶୁଟି ହଠାତ୍‌ ଅସୁସ୍ଥ ହେବାରୁ ସଂପର୍କୀୟ ତାକୁ ନେଇ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ। ହେଲେ ଚିକିତ୍ସା କରୁଥିବା ଡାକ୍ତର ନାହାନ୍ତି କହି ଦାୟିତ୍ଵରେ ଥିବା ଡାକ୍ତର ଫେରାଇ ଦେଇଥିଲେ।

ପରେ ସଂପର୍କୀୟ ଚିକିତ୍ସା କରୁଥିବା ଡାକ୍ତରଙ୍କ କ୍ଵାର୍ଟର୍ସକୁ ଯାଇଥିଲେ। ତେବେ ସକାଳେ ଶିଶୁକୁ ନେଇ ଏକ କ୍ଲିନିକକୁ ଆସିବାକୁ କହିଥିଲେ ଡାକ୍ତର। ସକାଳେ ଶିଶୁକୁ ଧରି କ୍ଲିନିକରେ ପହଞ୍ଚିଥିଲେ ପରିବାର ଲୋକ ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

Comment