ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନ୍‌ଲାଇନ୍‌ ଇ-କମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟରେ ଆରମ୍ଭ ହେଲା ବିଗ୍‌ ଦିୱାଲି ସେଲ୍‌। ଏହା ୨୧ ଅକ୍ଟୋବରରୁ ଆରମ୍ଭ ହୋଇ ୨୫ ଅକ୍ଟୋବର ଯାଏଁ ଚାଲିବ। ଫ୍ଲିପ୍‌କାର୍ଟରେ ଏହି ୫ ଦିନ ମଧ୍ୟରେ ବିଭିନ୍ନ ଟିଭି ଉପରେ ଭାରି ମାତ୍ରାରେ ରିହାତି ମିଳିବ। ଇଲେକ୍ଟ୍ରୋନିକ୍ସ କମ୍ପାନି ଥମ୍‌ସନ୍‌ ସହ ହାତ ମିଳାଇ ଫ୍ଲିପ୍‌କାର୍ଟ ଟିଭି ଉପରେ ବିପୁଳ ଡିସ୍‌କାଉଣ୍ଟ ଦେଉଛି।

ଫ୍ଲିପ୍‌କାର୍ଟରେ ସେଲ୍‌ ସମୟରେ ୨୪ ଇଞ୍ଚିଆ ଏଚ୍‌ଡି ଏଲ୍‌ଇଡି ଟିଭି ମାତ୍ର ୫,୯୯୯ ଟଙ୍କାରେ ମିଳିବ। ସେହିପରି ୪୩ ଇଞ୍ଚିଆ 4K ଟିଭି ମୂଲ୍ୟ ୨୪,୯୯୯ଟଙ୍କା ରହିଥିବା ବେଳେ ୬୫ ଇଞ୍ଚ୍‌ ଟିଭି ୫୫ ହଜାର ୯୯୯ ଟଙ୍କାରେ ମିଳିବ।

୩୨ ଇଞ୍ଚ୍‌ 32M3277 Pro ଟିଭିକୁ ଗ୍ରାହକ ୯,୪୯୯ ଟଙ୍କାରେ କିଣି ପାରିବେ। ୫୦ ଇଞ୍ଚ୍‌ 50TH1000 ଟିଭି ୨୬,୪୯୯ ଟଙ୍କାରେ ମିଳିବ। ୪୦ ଇଞ୍ଚ୍‌ର 40M4099 ଓ 40M4099 Pro ଟିଭିକୁ ଗ୍ରାହକ ୧୫,୪୯୯ ଟଙ୍କାରେ କିଣି ପାରିବେ।

ସେଲ୍‌ରେ ୫୦ ଇଞ୍ଚ୍‌  50TM5090 2019 ଟିଭିକୁ ଗ୍ରାହକ ୧୯,୯୯୯ ଟଙ୍କାରେ କିଣି ପାରିବେ। ସେହିପରି ୫୫ ଇଞ୍ଚ୍‌ 55TH1000 ଟିଭି ୧୯,୯୯୯ ଟଙ୍କାରେ ବିକ୍ରି ହେଉଛି।

ଏନେଇ ଫ୍ଲିପକାର୍ଟ ପକ୍ଷରୁ କୁହାଯାଇଛି ଯେ, ୨୦୧୮ରେ ଭାରତରେ ଲଞ୍ଚ୍‌ ହୋଇଥିଲା ଥମ୍‌ସନ୍‌ ଟିଭି। ତେବେ ଏକ ବର୍ଷ ମଧ୍ୟରେ ଅନ୍‌ଲାଇନ୍‌ରେ ଟିଭି ବିକ୍ରି କରିବାରେ ଥମ୍‌ସନ୍‌ ଭାରତରେ ୨ ନମ୍ବର ସ୍ଥାନ ଅଧିକାର କରିଛି। ବର୍ତ୍ତମାନ ବିକ୍ରିକୁ ଆହୁରି ଅଧିକ କରି ପୂଜା ବଜାରରେ ୫୦୦ କୋଟି ରାଜସ୍ୱ ହାସଲ କରିବାକୁ ଲକ୍ଷ୍ୟ ରଖିଛି ଥମ୍‌ସନ୍‌ କମ୍ପାନି।

LEAVE A REPLY

Please enter your comment!
Please enter your name here