ଓଡ଼ିଶାଲାଇଭ୍ ବ୍ୟୁରୋ

ଫେସବୁକ୍ ତାର ବ୍ୟବହାରକାରୀମାନଙ୍କ ପାଇଁ ଗୋଟିଏ ନୂଆ ଫିଚର ଆଣୁଛି। ଯାହାର ନାଁ ହେଉଛି ନ୍ୟୁଜ୍। ଏହି ଫିଚରରେ କ୍ଲିକ୍ କରିବା ମାତ୍ରେ ବ୍ୟବହାରକାରୀମାନେ ବିଭିନ୍ନ ପ୍ରକାରର ଖବର ଜାଣିପାରିବେ।

ତେବେ ଏହି ଫିଚରରେ ଖବର ଦେଖିବା ସହ ଖବର ଦେଲେ ବ୍ୟବହାରକାରୀଙ୍କୁ ଫେସବୁକ୍ ଟଙ୍କା ମଧ୍ୟ ଦେବ ବୋଲି ସୂଚନା ମିଳିଛି। ଖୁବଶୀଘ୍ର ଏହି ନୂଆ ଫିଚରକୁ ଫେସବୁକ୍ ଲଞ୍ଚ କରିବାକୁ ଯାଉଛି।

ଏହି ଖବରକୁ ନେଇ ଫେସବୁକର ସିଇଓ ମାର୍କ ଜୁକରବର୍ଗ ମଧ୍ୟ ସୂଚନା ଦେଇଥିଲେ। ସେ କହିଥିଲେ, “ଆମେ ଖୁବଶୀଘ୍ର ଏକ ନୂଆ ଫିଚର ଆଣିବାକୁ ଯାଉଛୁ। ଯାହାକି ସାମ୍ବାଦିକତାକୁ ଆହୁରି ଅଧିକ ପ୍ରୋତ୍ସାହିତ କରିବ। ଏଥିପାଇଁ ଆମେ ବହୁତ ଲୋକଙ୍କ ସହ ପାର୍ଟନରସିପ୍ କରୁଛୁ।”

ତେବେ ଏହି ନୂଆ ଫିଚରରେ କାହାକୁ କେତେ ପରିମାଣର ଟଙ୍କା ମିଳିବ ସେ ନେଇ କୌଣସି ପ୍ରକାର ନିର୍ଦ୍ଦିଷ୍ଟ ଖବର ମିଳିନାହିଁ।

Comment