ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତିଦିନ ଚା’ ଓ କଫି ପିଇବା ଦ୍ୱାରା କପ୍‌ରେ ବା ମଗ୍‌ରେ ଦାଗ ଲାଗିଯାଏ। ପ୍ରାୟ ଲୋକ ଜାଣି ନଥା’ନ୍ତି, କେମିତି କପ୍‌ରୁ ଦାଗ ଛଡ଼ାଇବେ ବା ପୂର୍ବ ଭଳି ଚମକ ଆଣିବେ। ହେଲେ କିଛି ଟିପ୍ସ ଆପଣେଇ କପ୍‌କୁ ପୂର୍ବ ଭଳି ଦାଗମୁକ୍ତ କରିପାରିବେ।

ବେକିଂ ସୋଡାକୁ ପାଣିରେ ମିଶାଇ କପ୍‌ ବା ପ୍ଲେଟ୍‌ରେ ଲଗାନ୍ତୁ। ୧୦ ମିନିଟ୍‌ପରେ ଏହାକୁ ବାସନ ମଜାରେ ଘଷନ୍ତୁ ଏବଂ ଧୋଇ ଦିଅନ୍ତୁ। ଏଭଳି ଥରେ କି ଦୁଇଥର କରିବା ପରେ କପ୍‌ ପ୍ଲେଟ୍‌ରୁ ଦାଗ ଛାଡ଼ିଯିବ।

ଭିନେଗାରକୁ ପାଣିରେ ମିଶାଇ ଗରମ କରନ୍ତୁ, ପରେ ଏଥିରେ ଦାଗ ଲାଗିଥିବା କପ୍‌ ବା ପ୍ଲେଟ୍‌କୁ ୪ ଘଣ୍ଟା ବା ରାତି ସାରା ବୁଡ଼ାଇ ରଖନ୍ତୁ।

ଦାଗ ଲାଗିଥିବା କପ୍‌ ଏବଂ ପ୍ଲେଟ୍‌କୁ ଲୁଣ ପାଣିରେ ମିଶାଇ ଘଷନ୍ତୁ। ଏହାପରେ ପାଣିରେ ଧୋଇ ଦିଅନ୍ତୁ। ଦେଖିବେ କପ୍‌ରୁ ଦାଗ ଛାଡ଼ିଯିବ।

Comment