ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍କେଟରୁ ପରିବା କିଣିବା ପରେ କିଛି ଲୋକ ଏହାକୁ ତୁରନ୍ତ ଫ୍ରିଜ୍‌ରେ ରଖି ଦିଅନ୍ତି। ହେଲେ କିଛି ପରିବା ଫ୍ରିଜ୍‌ରେ ରଖିବାର ଦୁଇ ଦିନ ପରେ ନଷ୍ଟ ହୋଇଯାଇଥାଏ। ତେବେ ଜାଣି ରଖନ୍ତୁ ଫ୍ରିଜ୍‌ରେ କେଉଁ ପରିବା ରଖିବା ଅନୁଚିତ୍‌।

ପିଆଜ

ପାୟ ଲୋକ ପିଆଜକୁ ଫ୍ରିଜ୍‌ରେ ରଖିଥା’ନ୍ତି। ଫ୍ରିଜ୍‌ରେ ପିଆଜ ରଖିବା ଫଳରେ ଫ୍ରିଜ୍‌ ଦୁର୍ଗନ୍ଧ ହେବା ସହ ପିଆଜ ବି ନରମ ହୋଇଯାଏ। ପିଆଜକୁ ଫ୍ରିଜ୍‌ରୁ କାଢ଼ିବା ଫଳରେ ଏହା ନରମ ଓ ଓଦା ରହିଥାଏ ଫଳରେ ଏହାକୁ ବ୍ୟବହାର କରିବାରେ ଅସୁବିଧା ହୋଇଥାଏ।

ଆଳୁ

ଫ୍ରିଜ୍‌ରେ ରଖାଯାଇଥିବା ଆଳୁର ସ୍ୱାଦ ଅନ୍ୟ ଆଳୁଠାରୁ ଭିନ୍ନ ହୋଇଥାଏ। ଫ୍ରିଜ୍‌ରେ ଆଳୁ ରଖିବା ଫଳରେ ଆଳୁରେ ଷ୍ଟାର୍ଚ ହୋଇଯାଏ। ସବୁବେଳେ ଆଳୁକୁ ସାମାନ୍ୟ ତାପମାତ୍ରାରେ ରଖିବା ଉଚିତ।

ଡ୍ରାଇଫ୍ରୁଟ୍ସ

ଡ୍ରାଇଫ୍ରୁଟ୍ସକୁ ସବୁବେଳେ ରୁମ୍‌ ତାପମାତ୍ରାରେ ରଖିବେ। ଏହାକୁ ଫ୍ରିଜ୍‌ରେ ରଖିବା ଫଳରେ ଏହାର ସ୍ଵାଦ ବଦଳିଯାଏ।

ଟମାଟୋ

ଅଧିକ ସମୟ ଧରି ଟମାଟୋକୁ ସତେଜ୍‌ ରଖିବା ପାଇଁ ଟମାଟୋକୁ ଫ୍ରିଜ୍‌ରେ ରଖନ୍ତୁ ନାହିଁ।

ଲେମ୍ବୁ

ଯେଉଁ ସବୁ ଫଳରେ ସାଇଟ୍ରିକ୍‌ ଏସିଡ୍‌ ଥାଏ, ସେହି ଫଳକୁ ଫ୍ରିଜ୍‌ରେ ରଖନ୍ତୁ ନାହିଁ। ଲେମ୍ବୁ, କମଳା ଆଦି ଫଳକୁ ଫ୍ରିଜ୍‌ରେ ରଖନ୍ତୁ ନାହିଁ। ଫ୍ରିଜ୍‌ରେ ରଖିବା ଫଳରେ ଚୋପାରେ ଦାଗ ହୋଇଯାଏ। ଅଧିକ ଥଣ୍ଡାରେ ଫଳ ରହିବା ଦ୍ଵାରା ସ୍ୱାଦରେ ପରିବର୍ତ୍ତନ ଆସିଥାଏ। ଏହାସହ ଫଳ ଜଲଦି ଶୁଖିଯାଏ।

କଫି

କଫି ପାଉଡରକୁ ଫ୍ରିଜ୍‌ରେ ରଖିବା ଫଳରେ କଫିର ବାସ୍ନା ଓ କଡ଼ା କମିଯାଏ।

ମହୁ

ମହୁ ବୋତଲ ଠିପିକୁ ସବୁବେଳେ ବନ୍ଦ କରି ରଖନ୍ତୁ। ଫଳରେ ଏହା ଅଧିକ ଦିନ ସୁରକ୍ଷିତ ହୋଇ ରହିବ।

Comment