ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହୋଇଛି ଆସ୍ଥା ଓ ଶକ୍ତିର ପ୍ରତୀକ ଶାରଦୀୟ ନବରାତ୍ରି ଉତ୍ସବ। ନଅ ଦିନ ଧରି ଚାଲୁଥିବା ଏହି ଉତ୍ସବରେ ମା’ଙ୍କ ପାଖେ ବିଭିନ୍ନ ପ୍ରକାର ଭୋଗ ଲାଗିଥାଏ। ଧାର୍ମିକ ମାନ୍ୟତା ଅନୁସାରେ, ନବରାତ୍ରିର ପ୍ରତ୍ୟେକ ଦିନ ଭିନ୍ନ ରଙ୍ଗର ବସ୍ତ୍ର ପିନ୍ଧି ମା’ଙ୍କୁ ଆରାଧନା କଲେ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ତେବେ ଜାଣନ୍ତୁ ନବରାତ୍ରିର ୯ ଦିନରେ କେଉଁ କେଉଁ ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ…

ପ୍ରଥମ ଦିନ

ନବରାତ୍ରିର ପ୍ରଥମ ଦିନରେ ମା ଦୁର୍ଗାଙ୍କ ସ୍ଵରୂପ ମାତା ଶୈଳପୁତ୍ରୀଙ୍କୁ ପୂଜା କରାଯାଏ। ଏହି ଦିନ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ।ଦ୍ଵିତୀୟ ଦିନ

ନବରାତ୍ରିର ଦ୍ଵିତୀୟ ଦିନରେ ମାତା ବ୍ରହ୍ମଚାରିଣୀଙ୍କୁ ପୂଜା କରାଯାଏ। ଏହି ଦିନ ସବୁଜ ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ।

ତୃତୀୟ ଦିନ

ନବରାତ୍ରିର ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟା ପୂଜା ପାଆନ୍ତି। ଏହି ଦିନ ଭକ୍ତମାନେ ବାଦାମୀ ରଙ୍ଗର ବସ୍ତ୍ର ପିନ୍ଧିଲେ ଶୁଭ ହୋଇଥାଏ।

ଚତୁର୍ଥ ଦିନ

ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କୁ ଆରାଧନା କରାଯାଏ। ଏହି ଦିନ ନାରଙ୍ଗୀ ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ।ପଞ୍ଚମ ଦିନ

ନବରାତ୍ରିର ପଞ୍ଚମ ଦିନରେ ମା’ ସ୍କନ୍ଦମାତାଙ୍କୁ ପୂଜା କରାଯାଏ। ଏହି ଦିନ ମାଙ୍କ ଭକ୍ତମାନେ ଧଳା ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ।

ଷଷ୍ଠ ଦିନ

ନବରାତ୍ରିର ଷଷ୍ଠ ଦିନରେ ମା’ କାତ୍ୟାୟନୀ ପୂଜା ପାଆନ୍ତି। ଏହି ଦିନ ଲାଲ ରଙ୍ଗର ବସ୍ତ୍ରକୁ ଶୁଭ ବୋଲି ଧରାଯାଇଛି।ସପ୍ତମ ଦିନ

ସପ୍ତମ ଦିନରେ ମା’ କାଳରାତ୍ରିଙ୍କୁ ପୂଜା କରାଯାଏ। ଏହି ଦିନ ଭକ୍ତମାନେ ନୀଳ ରଙ୍ଗର ପୋଷାକ ପିନ୍ଧିବା ଉଚିତ।

ଅଷ୍ଟମ ଦିନ

ନବରାତ୍ରିର ଅଷ୍ଟମ ଦିନକୁ ମହାଷ୍ଟମୀ ବୋଲି କୁହାଯାଏ। ଏହି ଦିନ ମା’ ମାହଗୌରୀଙ୍କୁ ପୂଜା କରାଯାଏ। ମହାଷ୍ଟମୀରେ ଗୋଲାପୀ ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ।

ନବମ ଦିନ

ନବରାତ୍ରିର ଶେଷ ଦିନ ହେଉଛି ମହାନବମୀ। ଏହି ଦିନ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ। ମହାନବମୀରେ ବାଇଗଣୀ ରଙ୍ଗର ବସ୍ତ୍ର ପରିଧାନ କଲେ ଶୁଭଫଳ ମିଳିଥାଏ ବୋଲି ବିଶ୍ଵାସ କରାଯାଏ।

Comment