ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିଲାଙ୍କୁ ଘରେ ପାଠ ପଢ଼ାଇବା ସମୟରେ ଅଧିକାଂଶ ଅଭିଭାବକ ପିଲାଙ୍କ ହସ୍ତାକ୍ଷରକୁ ନେଇ ଚିନ୍ତାରେ ପଡ଼ିଯାଆନ୍ତି। କାରଣ ପିଲାଙ୍କ ହସ୍ତାକ୍ଷର ଖରାପ ହୋଇଥିଲେ ପରୀକ୍ଷାରେ ସେମାନଙ୍କ ମାର୍କ କଟିଯାଏ। ଏହାର କାରଣ ପିଲା ଠିକ୍‌ ଉତ୍ତର ଲେଖିଥିଲେ ବି ଶିକ୍ଷକ ଓ ଶିକ୍ଷୟିତ୍ରୀ ତାଙ୍କ ଅକ୍ଷର ପଢ଼ିପାରନ୍ତି ନାହିଁ, ଯାହାଦ୍ୱାରା ସେମାନଙ୍କ ମାର୍କ କଟିଯାଏ। ଯଦି ଆପଣ ବି ପିଲାଙ୍କ ପାଇଁ ଏମିତି କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ନିଶ୍ଚୟ କିଛି ଟିପ୍ସ ଆପଣେଇ ପାରିବେ।

ଅକ୍ଷରକୁ ସୁଧାରିବା ପାଇଁ ପ୍ରଥମ ଟିପ୍ସ ହେଲା ପିଲାଙ୍କୁ ଠିକ ଢଙ୍ଗରେ ପେନ୍‌ ବା ପେନସିଲ ଧରାଇବା। ଯେଉଁ ପେନସିଲ ବା ପେନ୍‌କୁ ପିଲା ଆରାମରେ ଧରିପାରୁଥିବ ସେହି ପେନସିଲ ହିଁ ଲେଖିବାକୁ ଦିଅନ୍ତୁ।

ଦ୍ୱିତୀୟ ଟିପ୍ସ ହେଲା ଗୋଟିଏ ବାକ୍ୟ ବାରମ୍ବାର ଲେଖିବାକୁ ଦିଅନ୍ତୁ ନାହିଁ। ଭିନ୍ନ ଭିନ୍ନ ମଜାଦାର ବାକ୍ୟ ପିଲାଙ୍କୁ ଲେଖିବାକୁ ଦିଅନ୍ତୁ। ଯାହାଫଳରେ ଲେଖିବାକୁ ପିଲାଙ୍କ ଆଗ୍ରହ ବଢ଼ିବ। ବାରମ୍ବାର ଅଭ୍ୟାସ କଲେ ଅକ୍ଷର ସୁନ୍ଦର ହୋଇଥାଏ।

ପିଲାଙ୍କ ଉପରେ ଅଧିକ ଚାପ ପକାନ୍ତୁ ନାହିଁ। ଧୈର୍ଯ୍ୟର ସହ ପିଲାଙ୍କୁ ସମୟ ଦିଅନ୍ତୁ। ପିଲା ଛୋଟ ଛୋଟ ଭୁଲ କଲେ ତାଙ୍କୁ କିଛି ସମୟ ଦିଅନ୍ତୁ।

ପିଲାଙ୍କୁ ନିୟମିତ ଅଭ୍ୟାସ କରାଇବା ଜରୁରୀ। ଅଭ୍ୟାସ କଲେ ଧୀରେ ଧୀରେ ପିଲାଙ୍କ ହସ୍ତାକ୍ଷରରେ ସୁଧାର ଆସିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ପିଲାଙ୍କୁ ଅନ୍ୟ କାହା ସହ ତୁଳନା ନକରି ଉତ୍ସାହିତ କରନ୍ତୁ।

Comment