ଓଡ଼ିଶାଲାଇଭ୍ ବ୍ୟୁରୋ

“କୋହଲି ଡେ’-ନାଇଟ(ଦିବାରାତ୍ର) ଟେଷ୍ଟ ଖେଳିବାକୁ ରାଜି ଅଛନ୍ତି ଏବଂ ଖୁବଶୀଘ୍ର ଏନେଇ କାର୍ଯ୍ୟ ଆରମ୍ଭ ହେବ। ଏହାସହ ଆଗାମୀ ଦିନରେ ଟିମ୍ ଇଣ୍ଡିଆ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବ” ଶୁକ୍ରବାର କୋଲକାତାରେ ଆୟୋଜିତ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିସିସିଆଇ ସଭାପତି ଗାଙ୍ଗୁଲି ଏକଥା କହିଛନ୍ତି।

ଗୁରୁବାର ସୌରଭ ଗାଙ୍ଗୁଲି ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ସାକ୍ଷାତ କରିଥିଲେ। ଏଥିରେ ଭାରତ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବା ନଖେଳିବା ନେଇ ଚର୍ଚ୍ଚା ହୋଇଥିଲା।

ତେବେ ଅଧିନାୟକ ବିରାଟ କୋହଲି ଏହି ଦିବାରାତ୍ର ମ୍ୟାଚ୍ ଖେଳିବାକୁ ଆଗ୍ରହୀ ଅଛନ୍ତି। ତେଣୁ ବିସିସିଆଇ ଏ ଦିଗରେ କାମ କରୁଛି ବୋଲି ସେ କହିଛନ୍ତି। ଏହାହେଲେ ଭାରତ ଆଗାମୀ ଦିନରେ ପିଙ୍କ୍ ବଲରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବ।

Comment