ଓଡ଼ିଶାଲାଇଭ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ନିଷ୍କ୍ରିୟ ହୋଇଛି। ଫଳରେ ରାଜ୍ୟର କେତକ ସ୍ଥାନରେ କାଁ ଭାଁ ବର୍ଷା ହେବ। ହେଲେ କାଲିଠୁ ପାଗ ଶୁଖିଲା ରହିବ। ପାଗ ପରିବର୍ତ୍ତନ ସହ ଆସନ୍ତା ଦୁଇ ତିନି ଦିନ ଭିତରେ ଆଂଶିକ ଶୀତ ଅନୁଭୂତ ହେବ ବୋଲି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଆସାମ ଯାଏଁ ଟ୍ରପ୍‌ ଲାଇନ ସୃଷ୍ଟି ହୋଇଥିବାରୁ ଆଜି କାଁ ଭାଁ ବର୍ଷା ହେବ। ସେହିପରି ପଶ୍ଚିମ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ୨୩ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଅନେକ ସ୍ଥାନ ଜଳମଗ୍ନ ମଧ୍ୟ ହୋଇଥିଲା।

Comment