ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତ୍ୟେକ ଜିନିଷ ବ୍ୟବହାରର ଗୋଟିଏ ସମୟ ଅବଧି ରହିଛି। ଅବଧି ଶେଷ ହେବା ପରେ କୌଣସି ଜିନିଷକୁ ବ୍ୟବହାର କରିବା ଶରୀର ପାଇଁ ହାନିକାରକ ହୋଇଥାଏ।

କେବଳ ସେତିକି ନୁହେଁ ଦାନ୍ତ ଘଷିବା ପରେ ଟୁଥ୍‌ବ୍ରସ୍‌କୁ କେଉଁଠି ରଖୁଛନ୍ତି ସେଥିପ୍ରତି ବି ବିଶେଷ ଧ୍ୟାନ ଦିଅନ୍ତୁ। ଟୁଥ୍‌ବ୍ରସ୍‌ ଡାଇରିଆ ଓ ଚର୍ମ ସଂକ୍ରମଣର କାରଣ ହୋଇପାରେ।

ପ୍ରତି ୩ ମାସକୁ ଥରେ ଆପଣ ବ୍ୟବହାର କରୁଥିବା ଟୁଥ୍‌ ବ୍ରସ୍‌କୁ ବଦଳାଇବା ଉଚିତ୍। ନଚେତ୍ ଏହା ଆପଣଙ୍କ ଦାନ୍ତ ସହିତ ଦାନ୍ତ ମାଢ଼ିକୁ ବି ନଷ୍ଟ କରିଦେବ। ଦାନ୍ତ ଘଷିବା ବେଳେ ବାରମ୍ବାର ବ୍ରସ୍‌କୁ ଓଦା କରନ୍ତୁ ନାହିଁ। ଏପରି କଲେ ବ୍ରସ୍ ଶୀଘ୍ର ଖରାପ ହୋଇଯିବ ଆଉ ଦାନ୍ତ ବି ଭଲ ଭାବେ ସଫା ହେବ ନାହିଁ।

ବାଥ୍‌ରୁମ୍‌ରେ ଟୁଥ୍‌ବ୍ରସ୍‌ ରଖନ୍ତୁ ନାହିଁ। ବାଥ୍‌ରୁମ୍‌ରେ ଥିବା ଅସରପା, ଟଇଲେଟ୍‌ରେ ଥିବା ଘାତକ ଜୀବାଣୁ ଟୁଥ୍‌ବ୍ରସ୍‌ରେ ରହି ବିଭିନ୍ନ ପ୍ରକାର  ରୋଗ ହୁଏ।

ଟୁଥ୍‌ବ୍ରସ୍‌ର ରଖୁଥିବା ହୋଲ୍‌ଡର୍‌କୁ ସପ୍ତାହକୁ ଥରେ ସଫା କରନ୍ତୁ। ଖାମଖିଆଲିରେ ବହୁତ ଜଣ ଏହାକୁ ସଫା କରିବା ଭୁଲି ଯାଆନ୍ତି। ତେବେ ଏହା ପେଟ ସମ୍ବନ୍ଧୀୟ ରୋଗର କାରଣ ହୋଇପାରେ। ଗୋଟିଏ ବ୍ରସ୍‌ ହୋଲ୍‌ଡର୍‌ରେ ସମସ୍ତଙ୍କ ବ୍ରସ୍ ମିଶାଇ ରଖିବା ବି ଉଚିତ୍ ନୁହେଁ।

ଅନ୍ୟ କାହାର ବ୍ରସ୍‌ରେ ଦାନ୍ତ ଘଷନ୍ତୁ ନାହିଁ। ଅନ୍ୟର ଦାନ୍ତରେ ଥିବା ବିଷାକ୍ତ ରୋଗ ଜୀବାଣୁ ଆପଣଙ୍କ ଶରୀରକୁ ଯାଇପାରେ।

ଦାନ୍ତ ଘଷିବା ପରେ ଟୁଥ୍‌ବ୍ରସ୍‌କୁ ସିଧା କରି ରଖନ୍ତୁ। ବ୍ରସ୍‌ରେ ଥିବା ପାଣି ନିଗିଡ଼ିଗଲେ ବ୍ରସ୍‌ରେ ଜୀବାଣୁ ରହିବା ସମ୍ଭାବନା ରହେ ନାହିଁ। ଓଦା ବ୍ରସ୍‌ରେ ଜୀବାଣୁ ରହିପାରନ୍ତି। ନଚେତ୍ ବଜାରରେ ମିଳୁଥିବା ବ୍ରସ୍ କଭର୍‌ ଆଣି ଦାନ୍ତ ଘଷିବା ପରେ ରଖନ୍ତୁ।

Comment