ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଦୀପାବଳିରେ ଗୋଟିଏ ଘଣ୍ଟା ପାଇଁ ହେବ ସ୍ୱତନ୍ତ୍ର ମୁହୁରତ ଟ୍ରେଡିଂ। ଜାଣନ୍ତୁ, କ’ଣ ଏହି ମୁହୁରତ ଟ୍ରେଡିଂ।

ସାରା ଦେଶ ଆଜି ପାଳୁଛି ପବିତ୍ର ଦୀପାବଳି। ତେବେ ଦୀପାବଳି ଅବସରରେ ମାତ୍ର ଗୋଟିଏ ଘଣ୍ଟା ପାଇଁ ଖୋଲିବ ସେୟାର ବଜାର। ତେବେ ଏହି ସମୟକୁ ମୁହୁରତ ଟ୍ରେଡିଂ ବୋଲି କୁହାଯାଏ। ତେବେ କ’ଣ ଏହି ମୁହୁରତ ଟ୍ରେଡିଂ, ଆସନ୍ତୁ ଜାଣିବା।

ଭାରତର ବ୍ୟବସାୟିକ ରାଜଧାନୀ ମୁମ୍ବାଇରେ ଦୀପାବଳି ଧୁମଧାମରେ ପାଳିତ ହୋଇଥାଏ। ବ୍ୟବସାୟୀମାନେ ଏହି ଦିନରେ ମା’ ଲକ୍ଷ୍ମୀଙ୍କ ପୂଜା କରନ୍ତି। ମୁମ୍ବାଇରେ ଅବସ୍ଥିତ ଦେଶର ଦୁଇଟି ପ୍ରମୁଖ ସେୟାର ମାର୍କେଟ୍ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜକୁ ଆଜିର ଦିନରେ ମାତ୍ର ଗୋଟିଏ ଘଣ୍ଟା ପାଇଁ ଖୋଲାଯାଏ।

ବିଶ୍ୱାସ ରହିଛି ଯେ, ଏହି ଗୋଟଏ ଘଣ୍ଟା ମଧ୍ୟରେ ସେୟାର ବଜାରରେ ପୁଞ୍ଜି ନିବେଶ କଲେ ମା’ ଲକ୍ଷ୍ମୀଙ୍କ ଅଶେଷ କୃପା ବର୍ଷିଥାଏ। ଫଳରେ ବ୍ୟବସାୟରେ ଲାଭ ମିଳିଥାଏ। ତେଣୁ ଏହି ଗୋଟିଏ ଘଣ୍ଟାକୁ ସେୟାର ମାର୍କେଟ୍‌ରେ ମୁହୁରତ ଟ୍ରେଡିଂ ବୋଲି କୁହାଯାଏ।

ଦୀପାବଳି ଅବସରରେ ଆଜି ମଧ୍ୟ ଗୋଟିଏ ଘଣ୍ଟା ପାଇଁ ସେୟାର ବଜାର ଖୋଲିବ। ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ସଂଧ୍ୟା ୬ଟା ୮ ମିନିଟରୁ ଏହି ମୁହୁରତ ଟ୍ରେଡିଂ ଆରମ୍ଭ ହୋଇ ୭ଟା ୧୫ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଷ୍ଟକ୍ ଏକ୍ସଚେଞ୍ଜ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ, ୨୦୧୮ ବର୍ଷ ମୁହୁରତ ଟ୍ରେଡିଂରେ ସେନସେକ୍ସ ୪୩୦୬ ପଏଣ୍ଟ ଓ ନିଫ୍ଟୀ ୧୧୩୧ ପଏଣ୍ଟ ବୃଦ୍ଧି ପାଇଥିଲା। ଏହାକୁ ଦୃଷ୍ଟିରେ ରଖିଲେ ଆଜି ମଧ୍ୟ ସେନସେକ୍ସ ଓ ନିଫ୍ଟୀ ବୃଦ୍ଧି ହେବା ନେଇ ଆଶଙ୍କା କରାଯାଉଛି।

Comment