ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ମଙ୍ଗଳବାର ପାଳିତ ହୋଇଛି। ୧୯୯୯ ମହାବାତ୍ୟା ସ୍ମରଣରେ ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ଼ କରିବା ପାଇଁ ସଂକଳ୍ପ ନେବା ନିମନ୍ତେ ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖକୁ ଓଡ଼ିଶା ବିପର୍ଯ୍ୟୟ ଦିବସ ରୂପେ ପାଳିତ ହୋଇଆସୁଛି ।

‘‘ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଗ୍ଲୋବାଲ ବେଞ୍ଚମାର୍କ ପାଲଟିଛି। ଓଡ଼ିଶା ବିଶ୍ୱପାଇଁ ଉଦାହରଣ ପାଲିଟିଛି’’ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ସେହିପରି ଆଗାମୀ ଦିନରେ ୩ ଲକ୍ଷ ବାତ୍ୟା ନିରୋଧୀ ପକ୍କା ଘର ନିର୍ମାଣ ହେବ ବୋଲି ଏହି ଅବସରରେ ସୂଚନା ଦେଇଛନ୍ତି ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ। ବାତ୍ୟା ନିରୋଧୀ ପକ୍କା ଘର ପ୍ରାଥମିକ ପର୍ଯ୍ୟାୟରେ ପୁରୀ ଓ ଖୋର୍ଦ୍ଧାରେ ନିର୍ମାଣ ହେବ ବୋଲି ସେହ କହିଛନ୍ତି।

Comment