ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାର ଜମ୍ମୁ କଶ୍ମୀର ଗସ୍ତ କରିବେ ୟୁରୋପ ୟୁନିଅନ ସଦସ୍ୟ। ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ପରେ ସେଠାକାର ସ୍ଥିତି କ’ଣ ରହିଛି ସେନେଇ ଏହି ଏହି ପ୍ରତିନିଧି ଦଳ ଅନୁଧ୍ୟାନ କରିବେ। ଶ୍ରୀନଗରରେ ପହଞ୍ଚିବା ପରେ ପ୍ରଥମେ ରାଜ୍ୟପାଳଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଏହାପରେ ପ୍ରତିନିଧିମଣ୍ଡଳ ଜମ୍ମୁ କଶ୍ମୀରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଦେଖିବେ। କଶ୍ମୀରର ପିଡିପି, କଂଗ୍ରେସର ବରିଷ୍ଠ ରାଜନେତାଙ୍କ ସହ ଆଲୋଚନା କରିବେ।
ଏହାପୂର୍ବରୁ ଗତକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ ଏହି ୨୭ ଜଣିଆ ପ୍ରତିନିଧିମଣ୍ଡଳୀ। ଏହି ଅବସରରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଥିଲେ ମୋଦୀ। ଆତଙ୍କବାଦକୁ ନିପାତ କରିବାକୁ ସମସ୍ତ ଦେଶକୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ।


















