ଓଡ଼ିଶାଲାଇଭ୍ ବ୍ୟୁରୋ

ଏଚ୍‌ଆଇଭି ସଂକ୍ରମିତ ଉପକରଣରେ ଚାଲିଛି ଅନ୍ୟ ରୋଗୀଙ୍କ ଚିକିତ୍ସା। ବୁର୍ଲା ବଡ଼ ଡାକ୍ତରଖାନା ଭିମ୍‌ସାରରେ ଜଣେ ଏଚ୍‌ଆଇଭି ସଂକ୍ରମିତ ରୋଗୀଙ୍କ ଅସ୍ତ୍ରୋପଚାର କରିବା ପରେ ଅନ୍ୟ ୧୨ ଜଣ ରୋଗୀଙ୍କ ଚିକିତ୍ସା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅବହେଳା ପରେ ମେଡିକାଲ ପରିସରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୋମବାର ବୁର୍ଲା ଡାକ୍ତରଖାନାର ଦନ୍ତ ବିଭାଗରେ ଜଣେ ଏଚ୍‌ଆଇଭି ସଂକ୍ରମିତ ରୋଗୀର ଅସ୍ତ୍ରୋପଚାର କରାଯାଇଥିଲା। ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପୂର୍ବରୁ ଯେଉଁ ସବୁ ନିୟମ ପାଳନ କରିବା ଦରକାର, ସେ ସବୁ ଅନୁସରଣ କରାଯାଇ ନଥିଲା। ଏପରିକି ଏହି ଅସ୍ତ୍ରୋପଚାର ପରେ ସଂପୃକ୍ତ ଡାକ୍ତର ୧୨ ଜଣ ରୋଗୀଙ୍କ ଚିକିତ୍ସା କରିଥିଲେ। ଏହା ଜଣା ପଡ଼ିବା ପରେ ପୁରା ଦନ୍ତ ବିଭାଗ ବନ୍ଦ କରାଯାଇ ଷ୍ଟେରିଲାଇଜେସନ୍‌ କରାଯାଇଛି।

ବିଭାଗର ମୁଖ୍ୟ ଏ ସଂପର୍କରେ ଭିମସାର ଡିନ୍‌ଙ୍କୁ ଚିଠି ଲେଖି ଜଣାଇଛନ୍ତି। କିନ୍ତୁ ସମ୍ପୃକ୍ତ ଡାକ୍ତର ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ କହିଥିଲେ ଯେ ପ୍ରଥମ ରୋଗୀ ଏଚ୍‌ଆଇଭି ଆକ୍ରାନ୍ତ ବୋଲି ସେ ଜାଣି ନ ଥିଲେ।

Comment