ଓଡ଼ିଶାଲାଇଭ ବ୍ୟୁରୋ

ଦକ୍ଷିଣ-ପଶ୍ଚିମ ରେଲଓ୍ଵେରେ ଚାକିରି କରିବାର ବଡ଼ ସୁଯୋଗ। ନଭେମ୍ଵର ୨୦ ଯାଏଁ କରିପାରିବେ ଆବେଦନ।

ଦକ୍ଷିଣ-ପଶ୍ଚିମ ରେଲଓ୍ଵେରେ ଚାକିରି ସୁଯୋଗ। ଇଚ୍ଛୁକ ପ୍ରାର୍ଥୀମାନେ ନଭେମ୍ଵର ୨୦ ଯାଏଁ କରିପାରିବେ ଆବେଦନ। ୩୮୬ ବରିଷ୍ଠ କମର୍ସିଆଲ ଟିକେଟ କ୍ଲର୍କ ଓ କମର୍ସିଆଲ ଟିକେଟ କ୍ଲର୍କ ପଦ ପାଇଁ ଆବେଦନ କରିପାରିବେ। ଏହି ଚାକିରି କେବଳ କର୍ଣ୍ଣାଟକର ହୁବୁଳି ପାଇଁ ଉପଲବ୍ଧ।

ପଦବୀ

  • ବରିଷ୍ଠ କମର୍ସିଆଲ ଟିକେଟ କ୍ଲର୍କ – ୧୬୦ ପଦବୀ
  • କମର୍ସିଆଲ ଟିକେଟ କ୍ଲର୍କ – ୨୨୬

ଶିକ୍ଷାଗତ ଯୋଗ୍ୟତା

ପ୍ରାର୍ଥୀ ଯୁକ୍ତ ଦୁଇ ପାସ୍‌ ଓ ଡିଗ୍ରୀ ହାସଲ କରିଥିବା ସହ କମ୍ପ୍ୟୁଟର ଜାଣିଥିବା ଦରକାର।

ବୟସ ସୀମା

  • ସର୍ବନିମ୍ନ ୧୮ ବର୍ଷ
  • ସର୍ବୋଚ୍ଚ ୪୭ ବର୍ଷ

ଚୟନ ପ୍ରକ୍ରିୟା

  • କମ୍ପ୍ୟୁଟରରେ ପରୀକ୍ଷା
  • ଇଣ୍ଟରଭ୍ୟୁ

ଆବେଦନ ପ୍ରକ୍ରିୟା

  • ପ୍ରଥମେ ଅଫିସିଆଲ ଓ୍ଵେବସାଇଟ rrchubli.in କୁ ଯିବେ।
  • ଓ୍ଵେବସାଇଟରେ ଅନଲାଇନ ଆବେଦନ କରିବେ।
  • ପରୀକ୍ଷା ଫିସ୍‌ ମଧ୍ୟ ଅନଲାଇନରେ ଭରିବେ।
  • ଶେଷରେ ସବମିଶନ ବଟନକୁ କ୍ଲିକ କରିବେ।
  • ଆବେଦନ ସଫଳ ହେବା ପରେ ଏହାର ଏକ ପ୍ରିଣ୍ଟ ବାହାର କରି ନିଜ ପାଖରେ ରଖିବ।

ଆବେଦନର ଶେଷ ତାରିଖ

୨୦ ନଭେମ୍ଵର ୨୦୧୯

Comment