ଓଡ଼ିଶାଲାଇଭ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ସମୁଦ୍ରରୁ ଧରା ପଡ଼ିଥିବା ମୂୟୁର ମାଛ ବିରଳ ନୁହେଁ ବୋଲି କହିଲେ ସତ୍ସଜୀବୀ।

“ମୟୂର ମାଛ ବିରଳ ନୁହେଁ। ପ୍ରତି ବର୍ଷ ଗଭୀର ସମୁଦ୍ରରେ ଟ୍ରଲରରେ ମାଛ ଧରାବେଳେ ଏହି ମାଛ ଜାଲରେ ପଡନ୍ତି। ଏହି ମାଛର ସ୍ଵାଦ ନଥିବାରୁ ଏହାକୁ କେହି ଖାଇବାକୁ ପସନ୍ଦ କରନ୍ତି ନାହିଁ। ଯଦି କେହି କିଣିଥାନ୍ତି ତାହାର ମୂଲ୍ୟ ୧୦୦ ଟଙ୍କାରୁ ୧୫୦ ଟଙ୍କା ହୋଇଥାଏ” କହିଛନ୍ତି ସତ୍ସଜୀବୀ ବାବାଇ ଦେବ ନାଥ।

ଆଜିର ଏହି ଚର୍ଚ୍ଚିତ ମାଛର ଓଜନଠାରୁ ମଧ୍ୟ ବହୁ ଅଧିକ ଓଜନର ମାଛ ଧରା ଯାଇଛି।  ତେବେ ଏହି ମାଛକୁ ନେଇ କାହିଁକି ଏତେ ଚର୍ଚ୍ଚା ତାହା ସାମୁଦ୍ରିକ ମତ୍ସ୍ୟଜୀବୀ ମାନଙ୍କୁ ବିସ୍ମିତ କରିଛି। କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ତାଳଚୂଆ ଗାଁର ମଦନ ଦେବନାଥଙ୍କ ଟ୍ରଲର ଜାଲରେ ଧରାପଡିଛି ଏକ ବିଶାଳ ମାଛ। ଯାହାର ଓଜନ ପ୍ରାୟ ୨୨ କିଲୋଗ୍ରାମ।

ଏହି ମାଛ ଗଭୀର ସମୁଦ୍ରରେ ବାସ କରନ୍ତି। ଟ୍ରଲର ମାଛ ଧରି ଆସି କୂଳରେ ଲାଗିବା ପରେ ଲକମାନଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଥିଲା। ଲମ୍ବା ଥଣ୍ଟ ଥିବା ଏହି ମାଛର ପିଠିରେ ଲମ୍ବା ପର ଏହା କି ପ୍ରଜାତିର ମାଛ ବୋଲି ପଚାରିବାରୁ ମଦନ ଦେବନାଥ ଏହାକୁ ମୟୂର ମାଛ ବୋଲି କହିଥିଲେ।

ଲୋକମାନଙ୍କ ଉତ୍ସୁକତାକୁ ବଢାଇବାକୁ ସାମୁଦ୍ରିକ ମତ୍ସ୍ୟଜୀବୀମାନେ ଏହାକୁ ଅତି ବିରଳ ମାଛ ବୋଲି ଲୋକମାନଙ୍କୁ କହିଥିଲେ। ଯାହାର ଆଜି ବଜାର ଦର ରହିଛି ୧୦ହଜାର ଟଙ୍କା। ତେଣୁ ଏହି ୨୨ କିଲୋ ମୟୂର ମାଛର ମୂଲ୍ୟ ଦୁଇଲକ୍ଷ ଟଙ୍କା ହେବ। କଥା ବିଜୁଳି ବେଗରେ ବ୍ୟାପି ଯାଇଥିଲା। ଏହି ବିରଳ ମାଛର ଫଟୋ ଓ ଭିଡିଓ ଚିତ୍ର ଚାରିଆଡେ଼ ଭାଇରାଲ ହୋଇଗଲା ବୋଲି କହିଛନ୍ତି ସତ୍ସଜୀବୀ।

ଗଣ ମାଧ୍ୟମମାନଙ୍କରୁ ଖବର ପାଇ ପ୍ରତିକ୍ରିୟା ରଖିଛନ୍ତି ତାଳଚୂଆ ଗାଁର ମଦନ ଦେବନାଥଙ୍କ ପୁଅ ବାବାଇ ଦେବ ନାଥ। ସେ କହିଛନ୍ତି “ଏହି ମାଛ ସବୁବେଳେ ଜାଲରେ ପଡନ୍ତି। ଏହା ଆଦୌ ବିରଳ ନୁହଁ। କିନ୍ତୁ ଏହି ମାଛ ଦେହରେ ଏକ ଟିଉବ୍ ଥାଏ। ଯଦି ଟିଉବ୍ ଟି ଭଲ ଥାଏ ତେବେ ଅତି ବେଶିରେ ଏହାର ଦର ୫୦୦ ରୁ ୬୦୦ ଟଙ୍କା ହୋଇଥାଏ। ଏହାର କଣ୍ଟାରେ ଔଷଧୀୟ ଗୁଣ ରହିଥିବାରୁ ବାହାରକୁ ରପ୍ତାନୀ କରାଯାଇଥାଏ। ଅନେକ ସମୟରେ ଆମଦାନୀ କରୁଥିବା କମ୍ପାନୀ ମାନେ ଏହାକୁ ନନେଲେ ମତ୍ସ୍ୟଜୀବୀ ମାନେ ଏହାକୁ ଫିଙ୍ଗି ଦେଇଥାନ୍ତି।“

Comment