ଓଡ଼ିଶାଲାଇଭ୍‌ ବ୍ୟୁରୋ FIH Hockey Olympic

କଳିଙ୍ଗ ଷ୍ଟାଡିୟମରେ ଇତିହାସ ରଚିଲେ ଭାରତୀୟ ପୁରୁଷ ଏବଂ ମହିଳା ହକି ଟିମ୍‌। ଟୋକିଓ ଅଲିମ୍ପିକ୍ସ ପାଇଁ କ୍ୱାଲିଫାୟାର ମ୍ୟାଚ୍‌ରେ ଉଭୟ ଟିମ୍‌ ଦମ୍‌ଦାର ପ୍ରଦର୍ଶନ କରି ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

କିଛି ସମୟ ପୂର୍ବରୁ ମହିଳା ଟିମ୍‌ ଆମେରିକାଠାରୁ ହାରିଥିଲେ ମଧ୍ୟ ଅଲିମ୍ପିକ୍ସ ପାଇଁ ଟିକେଟ୍‌ ପାଇଥିଲା। ସେହିପରି ପୁରୁଷ ଟିମ୍‌ ଋଷିଆକୁ ପରାସ୍ତ କରି ଅଲମ୍ପିକ୍ସ ରାସ୍ତା ସଫା କରିଛି।

FIH Hockey Olympic

ଭାରତୀୟ ପୁରୁଷ ହକି ଦଳ ଆଜି ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଗତକାଲି ମ୍ୟାଚ୍‌ରେ ଟିମ୍‌ ଋଷିଆଠାରୁ ଜିତିବା ପାଇଁ କସରତ୍‌ କରିବାକୁ ପଡ଼ିଥିଲା। ହେଲେ ଆଜି ଦଳ ଋଷିଆକୁ ୭-୧ରେ ପରାସ୍ତ କରି ଏକପାଖିଆ ବିଜୟ ହାସଲ କରିଛି।

FIH Hockey Olympic

ଏଥିସହିତ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛି। ଆଜିକୁ ମିଶାଇ ଭାରତ ମୋଟ ୨୧ ଥର ପାଇଁ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଛି। ହେଲେ କେବଳ ୨୦୦୮ ବେଜିଂ ଅଲିମ୍ପିକ୍ସ ପାଇଁ ଦଳ ଯୋଗ୍ୟତା ଅର୍ଜନ କରିବାରେ ସକ୍ଷମ ହୋଇପାରି ନଥିଲା।

Comment