ଓଡ଼ିଶାଲାଇଭ ବ୍ୟୁରୋ

ବିଭିନ୍ନ ଦୁର୍ନୀତି ମାମଲାରେ ସସ୍‌ପେଣ୍ଡ ହେଲେ ରାୟଗଡ଼ା ଡିଏଫ୍‌ଓ ଦେବାର୍ଚ୍ଚନ ବେହେରା। ତାଙ୍କୁ ରାଜ୍ୟ ସରକାର ଶନିବାର ଚାକିରିରୁ ନିଲମ୍ଵନ କରିଛନ୍ତି।

ଦେବାର୍ଚ୍ଚନଙ୍କ ନାଁରେ ବହୁ ଦୁର୍ନୀତି ମାମଲା ରହିଛି। ଦୁର୍ନୀତି, ଅନିୟମିତତା ଓ ଯୌନ ନିର୍ଯ୍ୟାତନା ଅଭିଯୋଗ ରହିଛି। ଏହାସହ ସରକାରୀ କୋଠା, ବାମ୍ଵୋ କଟେଜ ନିର୍ମାଣରେ ଦୁର୍ନୀତି ଅଭିଯୋଗ ରହିଥିଲା।

ଏପରିକି ସେ କାର୍ଯ୍ୟକ୍ଷେତ୍ରରେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିଲେ। ଆହୁରି ଅନେକ ମାମଲା ଏବେବି ତଦନ୍ତ ଚାଲିଛି। ଏହି ସବୁ ଅଭିଯୋଗ ଭିତିତରେ ସରକାର ତାଙ୍କୁ ନିଲମ୍ଵନ କରିଛନ୍ତି।

Comment