ଓଡ଼ିଶାଲାଇଭ ବ୍ୟୁରୋ

ବିଚ୍ଛାନ୍ନାଞ୍ଚଳରେ ଶିକ୍ଷକଙ୍କ ସୁବିଧା ପାଇଁ ନିର୍ମାଣ ହେବ କ୍ଲଷ୍ଟର। ଶିକ୍ଷକଙ୍କ ଯିବା ଆସିବାରେ ଅସୁବିଧା ହେଉଥିବାରୁ କ୍ଲଷ୍ଟର ନିର୍ମାଣ କରାଯିବ। କ୍ଲଷ୍ଟର ମାଲକାନଗିରି ଚିତ୍ରକୋଣ୍ଡା ଅଞ୍ଚଳରେ ନିର୍ମାଣ ହେବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଶନିବାର ବିଚ୍ଛିନ୍ନାଞ୍ଚଳ ଗସ୍ତ ପରେ ଏହି ସୂଚନା ଦେଇଛନ୍ତି  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ। ସେ କହିଛନ୍ତି, “ଶିକ୍ଷକମାନଙ୍କୁ ଯିବା ଆସିବାରେ ୬ ଘଣ୍ଟା ସମୟ ଲାଗୁଛି। ତେଣୁ ଏଠାରେ କ୍ଲଷ୍ଟର ନିର୍ମାଣ ହେବ। ଏଥିରେ ଆଠ ଦଶଟି କ୍ଵାର୍ଟର୍ସ ରହିବ।”

ପୂର୍ବରୁ ସ୍ଵାଭିମାନ ଅଞ୍ଚଳ ପାଇଁ ୧୦୦ କୋଟି ଘୋଷଣା ହୋଇଥିଲା। ସେଥିରୁ ୧୦ କୋଟି ଶିକ୍ଷକଙ୍କ ବିକାଶ ପାଇଁ ଖର୍ଚ୍ଚ ହେବ। ଏହି ୧୦ କୋଟିରେ କ୍ଲଷ୍ଟର ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି।

Comment