ଓଡ଼ିଶାଲାଇଭ୍ ବ୍ୟୁରୋ
କୌଣସି ନମ୍ବରକୁ କଲ୍ କଲେ ମୋବାଇଲ ଫୋନ କେତେ ସମୟ ରିଙ୍ଗ୍ ହେବ ସେନେଇ ଏକ ସମୟସୀମା ସ୍ଥିର କରାଯାଇଛି। ଶୁକ୍ରବାର ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ପକ୍ଷରୁ ଏନେଇ ସମସ୍ତ ଟେଲିକମ୍ ଅପରେଟର କମ୍ପାନିମାନଙ୍କୁ ନୋଟିସ୍ ଜାରି କରାଯାଇଛି।
ଏଣିକି କଲ୍ କଲେ ମୋବାଇଲ ଫୋନ ୩୦ ସେକେଣ୍ଡ ପର୍ଯ୍ୟନ୍ତ ରିଙ୍ଗ୍ ହେବ। ସେହିପରି ଲାଣ୍ଡଲାଇନ୍ ନମ୍ବରକୁ କଲେ ଫୋନ ୬୦ ସେକେଣ୍ଡ ଯାଏଁ ରିଙ୍ଗ୍ ହେବ। ଏନେଇ ଟ୍ରାଇ ପକ୍ଷରୁ ନୋଟିସ୍ ଦିଆଯାଇଛି। ଏହି ନିୟମ ଗତ ୧ ନଭେମ୍ବରଠାରୁ ଲାଗୁ ହୋଇସାରିଛି।
Telecom regulator #TRAI on November 1 fixed phone call ring time at 30 seconds on mobiles and 60 seconds for landline phones, introducing such a time limit for the first time. pic.twitter.com/plH0w67Xgk
— IANS Tweets (@ians_india) November 2, 2019
ଦେଶର ବିଭିନ୍ନ ଟେଲିକମ୍ ଅପରେଟର କଲ୍ ରିଙ୍ଗିଙ୍ଗ୍କୁ ନେଇ ମନ ଇଚ୍ଛା ସମୟ ସ୍ଥିର କରୁଥିଲେ। ଏଥିପାଇଁ ଟ୍ରାଇ ପକ୍ଷରୁ ସ୍ପଷ୍ଟିକରଣ ମଗାଯିବାରୁ ବିଭିନ୍ନ କମ୍ପାନି ଭିନ୍ନ ଭିନ୍ନ ମତ ରଖିଥିଲେ। ଏହାକୁ ଦୃଷ୍ଟିରେ ରଖି ଟ୍ରାଇ ଏହି ନୂଆ ନିୟମ ଲାଗୁ କରିଛି। ଏବେ ଦେଶର ସବୁ ଟେଲିକମ୍ ଅପରେଟର କମ୍ପାନିଙ୍କ ପାଇଁ ଏହି ନିୟମ ବାଧ୍ୟତାମୂଳକ।
ସୂଚନାଯୋଗ୍ୟ, କୌଣସି ନମ୍ବରକୁ କମ୍ ସମୟ ରିଙ୍ଗ୍ ବା ମିସ୍ଡ କଲ୍ରେ ଅନ୍ୟ ଅପରେଟ୍ରୁ ଯଦି କଲ୍ ବ୍ୟାକ୍ ଆସିବ, ତେବେ ଉକ୍ତ ଅପରେଟର କମ୍ପାନିକୁ ଆର୍ଥିକ ଫାଇଦା ମିଳିଥାଏ।
ତେବେ ଏହି ନିୟମକୁ ବିରୋଧ କରିଛି ରିଲାଏନ୍ସ ଜିଓ। ଜିଓ ଅଭିଯୋଗ କରିଛି ଯେ, ଏୟାରଟେଲ, ଭୋଡାଫୋନ ଭଳି ଅପରେଟରମାନେ ଲ୍ୟାଣ୍ଡଲାଇନ୍ ନମ୍ବରକୁ ମୋବାଇଲ ନମ୍ବର ଭାବେ ବିକ୍ରି କରୁଛନ୍ତି। ତେବେ ଏହି ନମ୍ବରକୁ କଲ୍ କଲେ ୯୦ ସେକେଣ୍ଡ ଯାଏ ରିଙ୍ଗ୍ ହେବ। ତେବେ ଜିଓର ଏହି ଅଭିଯୋଗକୁ ଅନ୍ୟମାନେ ଖଣ୍ଡନ କରିଛନ୍ତି।