ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୁଦାମୂଳରୁ ଉଦ୍ଧାର ହେଲା ଏକ ନବଜାତ ଶିଶୁପୁତ୍ର। ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଡୁରୁମୁଙ୍ଗା ଥାନା ମନୋହର ଗାଁରେ। ଗାଁ ନିକଟରେ ଥିବା ଏକ ପୋଖରୀ ମୂଳରୁ ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ।

ଗାଁ ଲୋକ ସକାଳୁ ପୋଖରୀକୁ ଗାଧୋଇବାକୁ ଆସୁଥିବା ବେଳେ ଶିଶୁର କାନ୍ଦ ଶୁଣିଥିଲେ। ପରେ ତାକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଶିଶୁଟିର ଅବସ୍ଥା ସୁସ୍ଥ ଥିବା ଜଣାପଡ଼ିଛି।

Comment