ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱର ଅନେକ ହୋଟେଲ ବିଷୟରେ ଆପଣ ବହୁତ କିଛି ଶୁଣିଥିବେ। ସବୁ ହୋଟେଲ ନିଜ ନିଜର ସ୍ୱତନ୍ତ୍ରତା ପାଇଁ ବେଶ୍ ପରିଚିତ। ବିଶ୍ୱରେ ଏମିତି କିଛି ହୋଟେଲ ଅଛି ଯାହା ଆଜିକୁ ଶହ ଶହ ବର୍ଷ ତଳେ ନିର୍ମାଣ ହୋଇଥିଲା।

ବିଶ୍ୱର ସର୍ବ ପୁରାତନ ହୋଟେଲ ହେବାର ଗୌରବ ଅର୍ଜନ କରିଛି ଜାପାନର ‘ନିଶିୟାମା ଓନସେନ୍ କିୟୁନକନ’। ପୁରାତନ ହୋଟେଲ ଭାବେ ଏହାର ନାମ ଗିନିଜ୍ ବୁକ୍ ଅଫ୍ ୱାଲ୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି।

ଆଶ୍ଚର୍ଯ୍ୟର କଥା ହେଲା ଦୀର୍ଘ ୧୩୦୦ ବର୍ଷରୁ ଅଧିକ ସମୟ ଧରି ଏହି ହୋଟେଲକୁ ଗୋଟିଏ ବଂଶର ଲୋକ ଦେଖାଶୁଣା କରିଆସୁଛନ୍ତି।

ଜାପାନରେ ଥିବା ଏହି ହୋଟେଲଟି ୭୦୫ ମସିହାରେ ତିଆରି କରାଯାଇଥିଲା। ସେହିଦିନଠାରୁ ଏହି ହୋଟେଲକୁ ସେହି ଗୋଟିଏ ବଂଶର ଲୋକ ଦେଖାଶୁଣା କରିଆସୁଛନ୍ତି। ବର୍ତ୍ତମାନ ଏହି ବଂଶର ୫୨ତମ ପିଢ଼ି ଏହାର ଦେଖାଶୁଣା କରୁଛନ୍ତି।

ଏହି ହୋଟେଲ ଚାରିପାଖରେ ଲୋକମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ସୁନ୍ଦର ପରିବେଶ ଦେଖିବାକୁ ପାଇବେ। ଏଠାକାର ଗରମ ଝରଣା ଏହାକୁ ଅନ୍ୟ ହୋଟେଲଠାରୁ ଭିନ୍ନ କରିଥାଏ। ଏହି ହୋଟେଲର ଗୋଟିଏ ପଟେ ଝରଣା ବୋହୁଥିବାବେଳେ ଅନ୍ୟପଟେ ଘଞ୍ଚ ଜଙ୍ଗଲ ଦେଖିବାକୁ ମିଳେ। ଏହି ହୋଟେଲରେ ରହିବାକୁ ଜଣେ ବ୍ୟକ୍ତିକୁ ଗୋଟିଏ ରାତି ପ୍ରତି ୩୩ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ।

Comment