ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀରେ ପ୍ରଦୂଷଣ କମାଇବାକୁ ଆଜିଠୁ ଲାଗୁ ହୋଇଛି ଅଡ୍‌-ଇଭେନ ନିୟମ। ଏହି ନିୟମ ୪ରୁ ୧୫ ନଭେମ୍ଵର ପର୍ଯ୍ୟନ୍ତ ଚାଲିବ। ନିୟମକୁ କାର୍ଯ୍ୟକାରୀ କରିବାକୁ ସହରରେ ଟ୍ରାଫିକ ପୋଲିସ ମୁତୟନ ହୋଇଛନ୍ତି। ତେବେ ଏହାକୁ ଉଲ୍ଲଘଂନ କରୁଥିବା ଲୋକଙ୍କ ବିରୋଧରେ ୪ ହଜାର ଟଙ୍କାର ଚାଲାଣ କଟାଯାଉଛି।

ସକାଳୁ ଅନେକ ଲୋକଙ୍କଠାରୁ ଏହି ଚାଲାଣ କଟାଯାଇଛି। ଚାଲାଣ କଟାଯିବା ପରେ ଯଦି ଚାଳକ ପୁଣି ନିୟମ ଉଲ୍ଲଘଂନ କରନ୍ତି ତେବେ ପୁଣି ତାଙ୍କଠାରୁ ଜରିମାନା ଆଦାୟ କରାଯିବ।

ଅଡ୍‌-ଇଭେନ ନିୟମ ଅନୁଯାୟୀ, ଆସନ୍ତା ନଭେମ୍ବର ୪, ୬, ୮, ୧୦, ୧୨ ଏବଂ ୧୪ ତାରିଖ ଦିନ ଯୁଗ୍ମ ନମ୍ବର ବିଶିଷ୍ଟ ଗାଡ଼ି ଚଳାଚଳ ହେବ। ସେହିପରି ନଭେମ୍ବର ୫, ୭, ୯, ୧୧, ୧୩ ଏବଂ ୧୫ ତାରିଖରେ ଅଯୁଗ୍ମ ନମ୍ବର ବିଶିଷ୍ଟ ଗାଡ଼ି ଚଳାଚଳ ହେବ।

ଏଥର ଅଡ୍‌-ଇଭେନ୍‌ ଫର୍ମୁଲାରେ ଦୁଇ ଚକିଆ ଯାନକୁ ଆଶ୍ୱସ୍ତି ମିଳିଛି। ସେହିପରି ସ୍କୁଲ ବସ୍‌ ଏବଂ ବିଭିନ୍ନ ସରକାରୀ ଗାଡ଼ି ପାଇଁ ଅଡ୍‌-ଇଭେନ ନିୟମ ଛାଡ଼ କରାଯାଇଛି।

Comment