ଓଡ଼ିଶାଲାଇଭ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଟ୍ରେନ୍‌ ଧକ୍କାରେ ଚାଲିଗଲା ୧୬ ଗାଈଙ୍କ ଜୀବନ। ଏଭଳି ଘଟଣା ଘଟିଛି ରାୟଗଡାଠାରୁ ୧୫ କିମି ଦୂର ଝିମିଡିପେଟା ଓ ଲାଡା ଷ୍ଟେସନ ମଝି ବଡହଂସା ଲେବୁଲକ୍ରସିଂ ନିକଟରେ। ବିଶାଖାପାଟଣା-କୋରାପୁଟ ଇଣ୍ଟରସିଟି ଧକ୍କାରେ ଏଭିଳି ଅଘଟଣ ଘଟିଛି।

ବିଶାଖାପଟଣାରୁ ଟ୍ରେନଟି କୋରାପୁଟ ଯାଉଥିବା ବେଳେ ରାୟଗଡ଼ାଠାରୁ ୧୫ କିମି ଦୂର ଝିମିଡିପେଟା ଓ ଲାଡା ଷ୍ଟେସନ ମଝି ବଡହଂସା ଲେବୁଲକ୍ରସିଂ ନିକଟ ରେଳ ଧାରଣା ଉପରକୁ ଚାଲି ଆସିଥିବା କିଛି ଗାଈଙ୍କୁ ଟ୍ରେନ୍‍ ଧକ୍କା ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ୧୬ଟି ଗାଈଙ୍କ ମୃତ୍ୟୁ ହୋଇଥିଲା। ପରେ ଟ୍ରେନ୍‍ଟି ଦୁର୍ଘଟଣାସ୍ଥଳରୁ ଅଳ୍ପ କିଛି ଦୂରତା ଅତିକ୍ରମ କରି ଅଟକି ଯାଇଥିଲା।

ଘଟଣା ସମ୍ପର୍କରେ ସୂଚନା ପାଇ ଗ୍ରାମବାସୀ ରେଳ ଫାଟକ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ କ୍ଷତିପୂରଣ ଦାବି କରିଥିଲେ। ଶେଷଖାଲ ପୋଲିସ, ରେଳ ସୁରକ୍ଷା ବଳ ଓ ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ।

Comment