ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇଟି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଇନ୍‌ଫୋସିସ କର୍ମଚାରୀ ଛଟେଇ ପାଇଁ ଏବେ  ରାସ୍ତା ସଫା କରୁଛି। କଗ୍ନିଜେଣ୍ଟର ପଦାଙ୍କ ଅନୁସରଣ କରି ଇନ୍‌ଫୋସିସ ବଳକା କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ନିଷ୍ପତ୍ତି ନେଇଛି। ବିଶେଷକରି ସିନିୟର ଓ ମିଡଲ ଲେଭଲର ଅଫିସରମାନେ ଏହି ଛଟେଇର ସମ୍ମୁଖୀନ ହେବାକୁ ଯାଉଥିବା ଜଣାପଡ଼ିଛି। କମ୍ପାନିର ମୋଟ ମାନବିକ ସମ୍ବଳର ୧୦ ପ୍ରତିଶତ କର୍ମଚାରୀ ଚାକିରି ହରାଇବା ନିଶ୍ଚିତ।

ଜବ ଲେଭଲ ୬ (JL6) ବା ଷଷ୍ଠ ସ୍ତରର ୨୨୦୦ ଅଫିସର ପ୍ରଥମେ ବିଦା ହେବେ। ସେହିଭଳି ସପ୍ତମ ଓ ଅଷ୍ଟମ ସ୍ତରର ୩୦୦୯୨ କର୍ମଚାରୀଙ୍କୁ ଚାକିରି ହରାଇବାକୁ ପଡ଼ିବ। ଅନୁରୂପ ଭାବରେ  ଜବ ଲେଭଲ ୨ ଓ ୩ର ତିନି ପ୍ରତିଶତ ଅଫିସର ବିଦା ହେବେ। ଏମାନଙ୍କ ସଂଖ୍ୟା ପ୍ରାୟ ୪ ହଜାର।

ଇନ୍‌ଫୋସିସରେ ବଡ଼ ପଦବୀରେ ୯୭୧ ଅଧିକାରୀ ଥିବା ବେଳେ ଏମାନଙ୍କ ମଧ୍ୟରୁ ଅଧାଅଧି ତଡ଼ା ଖାଇବେ। ଏହି ଶ୍ରେଣୀରେ ଅଛନ୍ତି ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ, ପ୍ରେସିଡେଣ୍ଟ, ଭାଇସ ପ୍ରେସିଡେଣ୍ଟ ଓ ଏକଜିକିଟିଉ ଭାଇସ ପ୍ରେସିଡେଣ୍ଟ।

ବାଙ୍ଗାଲୋରରେ ମୁଖ୍ୟ କାର୍ଯ୍ୟାଳୟ ଥିବା ଇନ୍‌ଫୋସିସ୍‌ର ମୋଟ୍‌ କର୍ମଚାରୀଙ୍କ ସଂଖ୍ୟା ୮୬୫୫୮ ଓ ଆସୋସିଏଟ ଭାବେ ଏଥିରେ ପ୍ରାୟ ଏକ ଲକ୍ଷ କର୍ମଚାରୀ କାମ କରୁଛନ୍ତି।

Comment