ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ମାର୍ଟଫୋନର ବ୍ୟବହାର ଦିନକୁ ଦିନ ଯେଉଁଭଳି ଭାବରେ ବଢ଼ିବାରେ ଲାଗିଛି, ସେହିଭଳି ଭାବେ ହ୍ୱାଟସଆପ୍ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ହ୍ୱାଟସଆପ୍ ନିଜ ବ୍ୟବହାରକାରୀଙ୍କ ପାଇଁ କ୍ରମାଗତ ଭାବେ କିଛି ନା କିଛି ନୂଆ ନୂଆ ଫିଚର୍ସ ଆଣୁଛି।

ନିକଟରେ କମ୍ପାନି ପକ୍ଷରୁ ଆଣ୍ଡ୍ରଏଡ ଏବଂ ଆଇଓଏସ ୟୁଜର୍ସଙ୍କ ପାଇଁ ଷ୍ଟିକର୍ସ ରୋଲ ଫିଚର୍ସ ଅଣାଯାଇଛି। ହ୍ୱାଟସଆପ୍ ଏବେ ମେସେଜିଙ୍ଗ ଆପରେ ଫରୱାର୍ଡ ପ୍ରିଭ୍ୟୁ ଟେଷ୍ଟିଙ୍ଗ କରୁଛି। ଦୁଇ ଜଣରୁ ଅଧିକ ଲୋକଙ୍କୁ ଏଣିକି କୌଣସି ମେସେଜ ଫରୱାର୍ଡ କରିବା ପୂର୍ବରୁ ଆପଣଙ୍କୁ ଏହି ଷ୍ଟେପ୍ ଦେଇ ଯିବା ପାଇଁ ପଡ଼ିବ।

ଫରୱାର୍ଡ ପ୍ରିଭ୍ୟୁ ଫିଚର ଜରିଆରେ ୟୁଜର୍ସ କୌଣସି ବି ମେସେଜ ପଠାଇବା ପୂର୍ବରୁ ତାହାର ପ୍ରିଭ୍ୟୁ ଫରୱାର୍ଡକୁ ଦେଖିପାରିବେ। ଅର୍ଥାତ ୟୁଜର୍ସଙ୍କୁ କୌଣସି ଟେକ୍ସଟ, ଫଟୋ, ଭିଡିଓ କିମ୍ବା ଅନ୍ୟ କୌଣସି କଣ୍ଟେଣ୍ଟ ପଠାଇବା ପୂର୍ବରୁ ଆଉ ଏକ ଷ୍ଟେପ ଫଲୋ କରିବାକୁ ପଡ଼ିବ।

ଏହି ଫିଚର ଦ୍ୱାରା ୟୁଜର୍ସ କୌଣସି ମେସେଜ ପଠାଇବା ପୂର୍ବରୁ ଏହାକୁ ପ୍ରିଭ୍ୟୁ କରିପାରିବେ। ଏହା ଛଡା କମ୍ପାନୀ ଅନ୍ୟ କେତେକ ଫିଚର୍ସ ମଧ୍ୟ ବିଟା ଭର୍ସନରେ ଚେଷ୍ଟ କରୁଛି।

ପ୍ରାଇଭେଟ୍ ରିପ୍ଲାଏ, ସୋସିଆଲ ମିଡିଆ ଆକାଉଂଟ ଲିଙ୍କ୍ ଏବଂ ଅନଲାଇନ ଇମେଜ ରହିଛି। ଏହି ଫିଚରକୁ ଆଣ୍ଡ୍ରଏଡ ବିଟା ଭର୍ସନ ୨.୧୮.୩୨୫ ରେ ଦେଖାଯାଇଛି। ହ୍ୱାଟସଆପ ଭଳି ଏବେ ଆପଣବା ମେସେଜକୁ ବି ଫେସବୁକ ମେସେଞ୍ଜରରେ ଡିଲିଟ କରିପାରିବେ।

Comment