ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକୁ ଦିନ ହଠାତ୍ ଆକାଉଣ୍ଟରୁ ଲୋକଙ୍କ ଟଙ୍କା ଶୂନ ହୋଇଯାଉଥିବା ଭଳି ଖବର ପ୍ରକାଶ ପାଉଛି। ଆପଣଙ୍କ ସାମାନ୍ୟ ଟିକେ ଅସାବଧାନତା ଆପଣଙ୍କ ଆକାଉଣ୍ଟ ବାଲାନ୍ସକୁ ଶୂନ୍ କରିଦେଇପାରେ। ଏଣୁ, ନିଜର ଏଟିଏମ୍ କାର୍ଡକୁ ଯଥା ସମ୍ଭବ ସୁରକ୍ଷିତ ରଖିବାକୁ ଚେଷ୍ଟା କରନ୍ତୁ।

ପ୍ରଥମତଃ କୌଣସି ଅଚିହ୍ନା ୱେବସାଇଟରେ ନିଜର ବ୍ୟାଙ୍କ ଆକାଉଣ୍ଟ କିମ୍ବା ଏଟିଏମ କାର୍ଡର ବିବରଣୀ ଦିଅନ୍ତୁ ନାହିଁ। ଏହାକଲେ ଆପଣଙ୍କ ଆକାଉଣ୍ଟ ପ୍ରତି ବିପଦ ଆସିପାରେ।

ସେହିପରି, ବର୍ତ୍ତମାନ ଅପରାଧୀମାନେ ଆପଣଙ୍କ ଏଟିଏମ୍ ବିବରଣୀ ନେବା ପାଇଁ ଏକ ସ୍ୱତନ୍ତ୍ର ସ୍ୱାଇପ୍ ମେସିନ୍ ଲଗାଇଦେଉଛନ୍ତି। ତେଣୁ ପେଟ୍ରୋଲ ପମ୍ପ, ରେଷ୍ଟୁରାଣ୍ଟ କିମ୍ବା ଅନ୍ୟକୌଣସି ସାର୍ବଜନୀନ ସ୍ଥାନରେ କାର୍ଡ ସ୍ୱାଇପ୍ କରିବା ପୂର୍ବରୁ ମେସିନକୁ ପୂର୍ବରୁ ଯାଞ୍ଚ କରନ୍ତୁ।

ଏବେ ଅପରାଧୀମାନେ ଆକାଉଣ୍ଟ ହ୍ୟାକ୍ କରିବା ପାଇଁ ଏଟିଏମରେ ସିକ୍ରେଟ୍ କ୍ୟାମେରା ଲଗାଇ ଏହା ସାହାଯ୍ୟରେ ଆପଣଙ୍କ ପିନ୍ ନମ୍ବର ଜାଣିପାରୁଛନ୍ତି। ତେଣୁ ଏଟିଏମରୁ ଟଙ୍କା ଉଠାଇବା ସମୟରେ ଚାରିପଟକୁ ଧ୍ୟାନରଖି ଟଙ୍କା ଉଠାନ୍ତୁ।

ଏଟିଏମରେ ଟଙ୍କା ଉଠାଇବା ସମୟରେ ଆପଣଙ୍କ କଡ଼ରେ ଥିବା ବ୍ୟକ୍ତିଠାରୁ ଯଥେଷ୍ଟ ଦୂରତା ରଖନ୍ତୁ। ନଚେତ୍ ଏହି ଅସାବଧାନତା ଆପଣଙ୍କୁ ମହଙ୍ଗା ହୋଇପାରେ।

Comment